କଟକ ସଦର, ୧୯/୦୩/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଓଏମପି ଠାରୁ କନ୍ଦରପୁର, ଜଗତସିଂହପୁର, ବାଲିକୁଦା, ମାଛଗାଁ ଦେଇ ନୂଆଗାଁ ପର୍ୟ୍ୟନ୍ତ ଓଡ଼ିଶାର ୫୫ ନମ୍ଵର ଜାତୀୟ ରାଜପଥର ସଂପ୍ରସାରଣ, ଦୋହରିକରଣ, ଉନ୍ନତିକରଣ ଓ ସୁଦୃଢ଼ୀକରଣ ପାଇଁ କେନ୍ଦ୍ର ସରକାର ୪୯୯.୨୯ କୋଟି ଟଙ୍କା ମଞ୍ଜୁର କରିଥିବା ଆଜି ଶନିବାର ଜଣାପଡିଛି।ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ନିର୍ମାଣ ପାଇଁ ଵଜେଟକୁ ସୀୟୁକୃତି ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ। ସୂଚନାଯୋଗ୍ୟ ଯେ ଆବଶ୍ୟକତା ଦୃଷ୍ଟିରୁ ଆଜକୁ ୫ ଵର୍ଷ ହେଲା ଏହି ରାସ୍ତାଟି ଜାତୀୟ ରାଜପଥର ମାନ୍ୟତା ପାଇଥିବା ବେଳେ ଭିତ୍ତିଭୂମିର ବିକାଶ ନହୋଇ କେଵଳ ସାଇନ୍ ବୋର୍ଡ ରେ ଏହା ସୀମିତ ଥିଲା। ଯେଉଁଥିପାଇଁ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହେଉଥିଲା।ଏହି ରାସ୍ତା ପାଇଁ ଅର୍ଥ ମଞ୍ଜୁର ହୋଇଥିଵା ଜଣାପଡିଵା ପରେ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି। ତୁରନ୍ତ ରାସ୍ତା କଡରେ ଥିବା ବେଆଇନ ଜଵର ଦଖଲ ଉଛେଦ ସହିତ ବ୍ୟକ୍ତିଗତ ମାଲିକାନାରେ ଥିଵା ନିର୍ମାଣ କୁ ଉଛେଦ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାମ ଆରମ୍ଭ କରାଯିଵ ଵୋଲି ବିଭାଗୀୟ ଉଚ୍ଚପଦସ୍ଥ ଯନ୍ତ୍ରୀମାନଙ୍କ ଠାରୁ ଜଣାପଡିଛି। ସେଥିରେ ଏହି ରାସ୍ତା ଉପରେ ଯାଇଥିଵା କନ୍ଦରପୁର ରେଳ ଫାଟକ ଠାରେ ଓଭରଵ୍ରିଜ ନିର୍ମାଣ ପାଇଁ ମଧ୍ୟ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ସମାଚାର
