Tuesday , September 27 2022
Breaking News
Home / ନିର୍ବାଚନ / ସିଏମସି ନିର୍ବାଚନ:ତିନି ପ୍ରମୁଖ ଦଳର ନେତାଙ୍କ ପତିଆରା ଲଢେଇ,ଫଳାଫଳକୁ ଅପେକ୍ଷା

ସିଏମସି ନିର୍ବାଚନ:ତିନି ପ୍ରମୁଖ ଦଳର ନେତାଙ୍କ ପତିଆରା ଲଢେଇ,ଫଳାଫଳକୁ ଅପେକ୍ଷା

କଟକ ସଦର, ୧୮/୦୩/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ମହାନଗର ନିଗମ ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ପ୍ରତ୍ୟକ୍ଷ ଭୋଟର ସମୟ ଯେତିକି ପାଖେଇ ଆସୁଛି ସେତିକି ତିନି ପ୍ରମୁଖ କଂଗ୍ରେସ,ଵିଜେଡି ଓ ଵିଜେପି ଦଳର ନେତାଙ୍କ ପତିଆରା ଲଢେଇ ଜୋରଦାର ହେଵାରେ ଲାଗିଛି। ବିଶେଷକରି ୧ ରୁ ୩୨ ୱ।ର୍ଡ ବିଶିଷ୍ଟ ବାରବାଟି- କଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ଥିବା ମହମ୍ମଦ ମୁକିମଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।ମୋକିମ୍ ଵିଧାୟକ ହେଵା ପରେ ୨୦୧୮ ରେ ୨୧ ନମ୍ଵର ୱ।ର୍ଡରେ ହୋଇଥିଵା ଉପନିର୍ବାଚନରେ କଂଗ୍ରେସ ଏଠାରୁ ଵିଜୟର ସ୍ୱାଦ ଚାଖିଥିଲା।ଏଵେ କଂଗ୍ରେସର ମେୟର ଓ ଦଳୀୟ କର୍ପୋରେଟର ପ୍ରାର୍ଥୀ ଙ୍କ ପାଇଁ ମୋକିମଙ୍କ ରଣନୀତି ମଧ୍ୟ ତାଙ୍କ ପତିଆରା ନିର୍ଧାରଣ କରିଵ।ସେହିପରି ମୋକିମଙ୍କ ଠାରୁ ସ୍ୱଳ୍ପ ଭୋଟରେ ହାରିଯାଇଥିଵା ଜିଲ୍ଲା ବିଜେଡ଼ି ସଭାପତି ରୂଷି ଓରଫ ଦେବାଶିଷ ସାମନ୍ତରାୟ ହାରିଵାର ଦୋଷ ତୃଟି ଯେଉଁଠି ଥିଲା ତାକୁ ସୁଧାରି ନେଇଥିବା କହି ମେୟର ପ୍ରାର୍ଥୀ ରାଜ୍ୟ ସଭା ସାଂସଦ ସୁବାସ ସିଂହ ଓ ଦଳୀୟ କର୍ପୋରେଟର ପ୍ରାର୍ଥୀ ଙ୍କୁ ଜିତାଇ ଆଣିଵାକୁ ଷ୍ଟ୍ରାଟେଜି ଆରମ୍ଭ କରିଛନ୍ତି।ରୁଷିଙ୍କ ସହିତ ୨୧ ଓ୍ୱ।ର୍ଡ ବିଶିଷ୍ଟ ଚୈଦ୍ୱ।ର-କଟକ ଵିଧାୟକ ସୈ।ଭିକ ଵିଶ୍ୱ।ଳ ଓ ତାଙ୍କ ଵାପା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ହାତ ମିଳାଇଥିବା ଵେଳେ ୬ ଟି ୱ।ର୍ଡ ବିଶିଷ୍ଟ କଟକ ସଦର ନିର୍ବାଚନମଣ୍ଡଳୀର ବିଧାୟକ ଚନ୍ଦ୍ର ସାରଥି ଵେହେରା ମଧ୍ୟ ପଛରେ ପଡିନାହାଁନ୍ତି।ସଵୁ ସତ୍ୱେ କଟକ ସହରର ପୁଅ ବରିଷ୍ଠ ମନ୍ତ୍ରୀ ରାଜା ଓରଫ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଵିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରାଇ ଦେଇ ଥିଵାରୁ ପ୍ରଚାର ଅଭିଯାର ଯୋରଦାର ହୋଇଛି। ସେହିପରି କଟକରେ ଦୀର୍ଘ ଦଶନ୍ଧି ଧରି ଵିଜେପିରୁ ପ୍ରତିନିଧିତ୍ଵ କରିଥିଵା ସମୀର ଦେ ଅସୁସ୍ଥତା ସତ୍ୱେ ନିଜ ଘରେ ରହି ରାଜନୀତିରେ ସେତେଟା ଅଭିଜ୍ଞ ନଥିଵା ମେୟର ପ୍ରାର୍ଥୀ ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ ଓ ଦଳୀୟ କର୍ପୋରେଟର ପ୍ରାର୍ଥିଙ୍କୁ ଜିତାଇ ଆଣିଵାକୁ ପ୍ରାଣମୂର୍ଛା ଉଦ୍ୟମ ଆରମ୍ଭ କରିଛନ୍ତି।ଏସଵୁ ପତିଆରା ଲଢେଇ ଭିତରେ ପ୍ରମୁଖ ସ୍ୱ।ଧିନ ପ୍ରାର୍ଥୀ ମାନେ ଵି ଜିତିଵାର ଆଶାକୁ ଦ୍ୱିଗୁଣିତ କରି ଯୋରଦାର ଲାଗିପଡିଛନ୍ତି।ସେ ଯାହେଉ ଏହି ପ୍ରମୁଖ ତିନି ଦଳରେ ଅସନ୍ତୁଷ୍ଟ ପ୍ରାର୍ଥୀ ଓ କର୍ମୀ ଅଧିକ ଥିବାବେଳେ କିଏ ଅଧିକ ଭୋଟ ହାତେଇ ପତିଆରା ରକ୍ଷା କରିଵ ତାକୁ କେଵଳ ଦେଖି ଵାକୁ ଵାକି ରହିଲା ଓଡ଼ିଶା ସମାଚାର

Leave a Reply

Your email address will not be published.