Wednesday , May 18 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ପୁରାଣପ୍ରସିଦ୍ଧ ଓଳକଣା ମେଳଣ ଉଦଯାପିତ

ପୁରାଣପ୍ରସିଦ୍ଧ ଓଳକଣା ମେଳଣ ଉଦଯାପିତ

ମାହାଙ୍ଗା ୧୮/୦୩/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) –ପୁରାଣ ପ୍ରସିଦ୍ଧ ଐତିହାସିକ ପରମ୍ପରା ବିମଣ୍ଡିତ ମେଳଣ ଓଳକଣା।କଟକ ଜିଲ୍ଲାର ଶେଷ ସୀମା, କେନ୍ଦ୍ରାପଡ଼ା ଜିଲ୍ଲା ଓ ଯାଜପୁର ଜିଲ୍ଲାର ସମ୍ମିଳିତ ସଙ୍ଗମ ସ୍ଥଳ ରେ ଅଵସ୍ଥିତ ଏହି ପ୍ରସିଦ୍ଧ ମେଲଣ ପଡ଼ିଆ। କଥାରେ ଅଛି “ଓଳକଣା ମେଳନ ଆଳି ରାଜା ଝୁଲଣ ,ଅସୁରେଶ୍ୱର ରାମନବମୀ , ପୁରସ୍ତମ ଚନ୍ଦନ।ଏହି ମେଳଣ ପଡ଼ିଆ ରେ ଦୁଇଶହ ରୁ ଅଧିକ ବିମାନ ଦେଖିବାକୁ ମିଳେ।ଏହାର ବିଶେଷତ୍ୱ ହେଲାଯେ ଭକ୍ତ ନିଜେ ବିମାନଙ୍କ ପାଖରେ ଭୋଗ ଲଗାନ୍ତି ଓ ବିମାନ ମାନେ ନିଜ ଇଚ୍ଛାରେ ଆସିଥାନ୍ତି। କିମ୍ବଦନ୍ତୀ କହେ ଭଗବାନ ଶ୍ରୀକୃଷ୍ଣ ଦୁର୍ୟ୍ୟୋଧନ ଙ୍କ ଠାରୁ ଅପମାନ ହୋଇ ଫେରିବା ବାଟରେ ବିଦୁର ଙ୍କ ଘରେ ଶାଗ ଭାତ ଖଇ ତୃପ୍ତ ହୋଇଥିଲେ, ହରି ଓ ହର ରୂପେ ଦର୍ଶନ ଦେବା ପାଇଁ ବିଦୁରଙ୍କୁ ବର ଦେଇଥିଲେ । ସେହି ଦିନ ଠାରୁ ଭାଗବନ ଶ୍ରୀକୃଷ୍ଣ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ହରି ଓ ହର ବେଶରେ।ଏହି ଯାତ୍ରା ପୌରାଣିକ କିମ୍ବଦନ୍ତୀ ଅନୁସାରେ ମହାର୍ଘ୍ୟ ପାଲଟିଯାଇଛି। କାହିଁ କେଉଁକାଳୁ ବିଶ୍ୱାସ ଓ ଆସ୍ଥା ର ପ୍ରତୀକଭାବେ ଏହି ମେଳଣ ଫାଲଗୁନ ଚତୁଦର୍ଶୀ ରେ ମୁଖରୀତ ହୋଇଥାଏ ଏହି ପୀଠ। ଏହି ପୀଠ ରେ ଭକ୍ତ ଓ ଭଗବାନ ଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳେ। ଆଳି ରାଜାଙ୍କ ବିମାନ ମୁଖ୍ୟ ସ୍ଥାନ ପତି ଭାବେ ପୂଜା ପାଇଥାନ୍ତି।ଲକ୍ଷ ଲକ୍ଷ ଭକ୍ତଓ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ।ବିଭିନ୍ନ ବାଦ୍ୟ ଯନ୍ତ୍ର ଓ ଘଣ୍ଟ ,ଘଣ୍ଟା ,ବାଣ ରେ ପ୍ରକମ୍ପିତ ହୁଏ ଏ ମେଳଣ ପଡ଼ିଆ। ସତେଯେମିତି ତିନୋଟି ଜିଲ୍ଲା ଏକ ହୋଇଯାଏ, ପାଲଟି ଯାଏ ଭାଇଚାରା ଓ ସଦବାଭନା ର ଅସରନ୍ତି ବିମୁଗ୍ଧପଣ। ମାହାଙ୍ଗା ପୋଲିସ,ଡେରାବିଶ ଓ କେନ୍ଦ୍ରାପଡା ପୋଲିସ ର ମିଳିତ ସହଯୋଗ ରେ ଏହି ମେଳଣ ଶୃଙ୍ଖଳା ର ସହ ଅନୁଷ୍ଠିତ ହୋଇଛି। ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *