Saturday , August 13 2022
Breaking News
Home / ବିଶେଷ / ପଲାସ ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ

ପଲାସ ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ

ଜୁନାଗଡ଼, ୧୮/୦୩/୨୦୨୨ (ଓଡିଶା ସମାଚାର /ରାକେଶ ବେମାଲ ) : ଜୁନାଗଡ଼ ବ୍ଲକ ପଳାସ ଗ୍ରାମ ପଞ୍ଚାୟତ ର ନୂତନଭାବେ ନିର୍ବାଚିତ ସରପଞ୍ଚ ପ୍ରଭାକର ସେଠୀ ଦାୟିତ୍ୱ ଗ୍ରହଣ କରି ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଗ୍ରାମ ପଞ୍ଚାୟତ ର ସୁଧୀର ପଣ୍ଡା ପୂର୍ବରୁ ସରପଞ୍ଚ ରହିଥିଲେ । ଚଳିତ ପଞ୍ଚାୟତ ନିର୍ବାଚନରେ ସାମ୍ବାଦିକ ରୁ ସରପଞ୍ଚ ହୋଇଥିବା ଶ୍ରୀ ସେଠୀ ପୁର୍ବ ସରପଞ୍ଚ ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିବ ପ୍ରସାଦ ସାହୁ, ଜି ଆରଏସ କୁସୁମ ମଞ୍ଜରୀ ମେହେର,ଚତୁର୍ଥ ଶ୍ରେଣୀ କର୍ମଚାରୀ ରାଜିବ ଲହଜଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁବେଳେ ଉଦ୍ୟମ କରିବି ବୋଲି ଦାୟିତ୍ୱ ଗ୍ରହଣ ଅବସରରେ ସରପଞ୍ଚ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।  ଓଡିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.