କଳାହାଣ୍ଡି , ୧୮/୦୩/୨୦୨୨ (ଓଡ଼ିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଜଣେ ବ୍ୟକ୍ତି ଲୋକ ଙ୍କୁ ଶିକ୍ଷକ ଚାକିରୀ କରାଇ ଦେବା ନାଁ ରେ ଠକେଇ କରି ଗିରଫ ହୋଇଛନ୍ତି ।ଏନେଇ ଭବାନୀପାଟଣା ମନ୍ଦାର ବଗିଚାପଡା ର ସୁଧୀର କୁମାର ଆଚାର୍ୟ୍ୟ ନାମକ ଜଣେ ବ୍ୟକ୍ତି ଟାଉନ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତିକରି ଭବାନୀପାଟଣା ଟାଉନ ଥାନା କେଶ ନମ୍ବର ୧୧୩ ରେ ଏକ ମାମଲା ରୁଜୁ କରି ପୋଲିସ ତାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଲେ ଯେ , ଭବାନୀପାଟଣା ଅନ୍ତର୍ଗତ ମେଦିନି ପୁର ଗ୍ରାମର ରୁଦ୍ରଧର ନନ୍ଦଙ୍କ ପୁଅ ମନୋରଞ୍ଜନ ନନ୍ଦ ନାମକ ଜଣେ ବ୍ୟକ୍ତି ୨୦୧୮ ମସିହା ଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ଶିକ୍ଷିତ ବେକାରୀ ଯୁବକ ଯୁବତୀ ମାନଙ୍କ ସରଲତାର ଫାଇଦା ଉଠାଇ ସେମାନଙ୍କ ଠାରୁ ଟଙ୍କା ନେଇ ନକଲି ସାର୍ଟିଫିକେଟ ଓ ନିଯୁକ୍ତି ଆଦେଶ ନାମା ଯୋଗାଇ ଆସୁଥିଲେ । ଏହିପରି କି ବର୍ତ୍ତମାନ ପର୍ୟନ୍ତ ୭.୬ଲକ୍ଷ ଟଙ୍କା ଲୋକଙ୍କ ଠାରୁ ଠକେଇ କରିଥିବା ମଧ୍ୟ ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି । ସେ କେନ୍ଦ୍ରିୟ ବିଦ୍ୟାଳୟ ସଙ୍ଗଠନ ନିଉ ଦିଲ୍ଲୀ, ଏପଏଣ୍ଟମେଣ୍ଟ ଲେଟର ଅଫ ସେଣ୍ଟର ଟ୍ରେନିଂ ଏଣ୍ଡ କାଉନ ସେଲିଙ୍ଗ ସେଣ୍ଟର ଓଡିଶା,ଫୋରୁଆଡିଙ୍ଗ ଲେଟର ଅଫ କେନ୍ଦ୍ରିୟ ବିଦ୍ୟାଳୟ ନିଉଦିଲ୍ଲୀ,ଲେଟର ଅଫିସ ଅପ ଦ କଲେକ୍ଟର ଏଣ୍ଡ ଡିଷ୍ଟ୍ରିକ ଆଜିଷ୍ଟ୍ରେଟ କଳାହାଣ୍ଡି । ଏହିପରି ଅନେକ ନକଲି ଲେଟର ନିଜେ ତିଆରି କରି ଲୋକଙ୍କୁ ଠକୁ ଥିବା କଳାହାଣ୍ଡି ଏସ୍ ପି ଶ୍ରବଣ ବିବେକ ଏମ ସୂଚନା ଦେଇଥିବା ବେଳେ ବର୍ତ୍ତମାନ ଏ ନେଇ ଅଧିକ ତଦନ୍ତ ଜାରୀରହି ଥିବା ମଧ୍ୟ ପ୍ରକାଶ କରିଛନ୍ତି । ଓଡିଶା ସମାଚାର
