Tuesday , August 9 2022
Breaking News
Home / ନିର୍ବାଚନ /    ସାମ୍ପ୍ରତିକ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ସମ୍ପର୍କରେ ଅଭିଯାନର ଉଦଘାଟନ ପର୍ବ ୨୧ରେ

   ସାମ୍ପ୍ରତିକ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ସମ୍ପର୍କରେ ଅଭିଯାନର ଉଦଘାଟନ ପର୍ବ ୨୧ରେ

ପ୍ରତ୍ୟେକ ବ୍ୟକ୍ତି ଭୋଟ ଦେବା ବାଧ୍ୟତାମୂଳକ ଓ ନେତାମାନଙ୍କର ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତା ପାଇଁ ଦାବି

ଭୁବନେଶ୍ୱର, ୧୭/୦୩/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱର ସର୍ବବୃହତମ ଗଣତନ୍ତ୍ର ରାଷ୍ଟ୍ର ଭାରତର ଗଣତନ୍ତ୍ରର ବୟସ ଯେତିକି ଯେତିକି ବୃଦ୍ଧି ପାଉଛି, ଗଣତନ୍ତ୍ରର ପଦ୍ଧତି ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରତିନିଧି ବା ରାଜନେତାମାନଙ୍କର ଚାରିତି୍ରକ ଗୁଣାବଳୀରେ ସେତିକି ଦୁର୍ନୀତି, ଅପରାଧ ବଢି ବଢି ଚାଲିଛି । ତେଣୁ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନିଡ୍ ଅଫ୍ ଦି ଟାଇମ୍ ପକ୍ଷରୁ ସାମ୍ପ୍ରତିକ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ପାଇଁ ଏକ ଜାତୀୟସ୍ତରୀୟ ଅଭିଯାନ ମାର୍ଚ୍ଚ ୨୧ ତାରିଖରୁ ଆରମ୍ଭ ହେବ ବୋଲି ହୋଟେଲ କେଶରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଡ୍ ଅଫ୍ ଦି ଟାଇମ୍ର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ଶ୍ରୀ ନରେନ୍ଦ୍ର ପୃଷ୍ଟି ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ ବିଶ୍ୱର ଅନ୍ୟାନ୍ୟ ଦେଶ ମାନଙ୍କରେ ପ୍ରଚଳିତ ନିର୍ବାଚନ ପଦ୍ଧତି ଓ ଆମ ଦେଶର ନିର୍ବାଚନ ପଦ୍ଧତି ସମ୍ପର୍କରେ ତୁଳନାତ୍ମକ ସମୀକ୍ଷା କରାଯିବା ସହ ଆମ ଦେଶର ରାଜନୈତିକ ବିଷାରଦମାନଙ୍କର ମତାମତକୁ ଆଧାର କରି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ଅଭିଯାନ ଚାଲିବା ସହିତ ମୁଖ୍ୟ ନିର୍ବାଚନ କମିଶନର, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏ ସମ୍ପର୍କରେ ଦାବିପତ୍ର ତଥା ରାଜନୈତିକ ବିଷାରଦମାନଙ୍କର ମତାମତ ପ୍ରଦାନ କରାଯିବ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.