କଳାହାଣ୍ଡି,୧୭/୦୩/୨୨(ଓଡିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବାଙ୍କେଲ ଗାଁର ଖଗେଶ୍ୱର ଗୌଡ଼ କେକେବିଏନ ଡିଭିଜନ ମାଓ ସଂଗଠନ କୁ ମାଓପୋଷ୍ଟର, ଲିଟ୍ରେଚର, ଜୀବନ୍ତ ଡେଟୋନେଟର ଆଦି ସାମଗ୍ରୀ ବେଆଇନ ଭାବେ ଆସୁଥିଲେ ବୋଲି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏହାସହ ଅଭିଯୁକ୍ତ ଖଗେଶ୍ବର ଗୌଡ଼ ମାଓ ସଂଗଠନ ରେ ଦୀର୍ଘ ଦିନ ଧରି କାର୍ୟ୍ୟକରୀ କରି ଆସୁଥିବା ବେଳେ ଗତ ୭ ତାରିଖରେ କଳାହାଣ୍ଡି ପୋଲିସ ୩ ଜଣ ସକ୍ରିୟ ମିଲିସିଆ ସଦସ୍ୟକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ଖଗେଶ୍ୱର ଠାରୁ ୯ ଟି ଜୀବନ୍ତ ଡେଟୋନେଟର,୩ ଟି ମାଓ ପୋଷ୍ଟର, ବିଦ୍ୟୁତ ତାର ସମେତ ମୋବାଇଲ ଫୋନ ଆଦି ସାମଗ୍ରୀ ଜବତ କରାଯାଇଥିବା ବେଳେ ଘାଟଣାର ତଦନ୍ତ ଜାରି ରହିଥିବା ନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଡାକ୍ତର ଶ୍ରବଣ ବିବେକ ଏମ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ।ଓଡିଶା ସମାଚାର