Tuesday , August 16 2022
Breaking News
Home / ନିର୍ବାଚନ / ବିଜେପି ପ୍ରାର୍ଥୀନୀ ଙ୍କ ଜୋରଦାର୍ ପ୍ରଚାର

ବିଜେପି ପ୍ରାର୍ଥୀନୀ ଙ୍କ ଜୋରଦାର୍ ପ୍ରଚାର

ଜୁନାଗଡ, ୧୭/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଓ ପ୍ରସାର ଯୋର୍ ସୋର୍ ହେଉ ଥିବା ଦେଖିବାକୁ ମିଲୁଛି । ସେହିପରି ଜୁନାଗଡ଼ ୱାର୍ଡ ନଂ ୪ ର ବିଜେପି ପ୍ରାର୍ଥୀନୀ ସୁନିତା ସେନା ଘର ଘର ବୁଲି ପ୍ରଚାର ଜୋରଦାର୍ କରିଛନ୍ତି । ସେ ଘର ଘର ବୁଲି ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରି ଭୋଟ ଭିକ୍ଷା କରୁଛନ୍ତି । ଏବଂ ସେ ଏହି ୱାର୍ଡ ରୁ ବିଜୟ ଲାଭ କଲେ ୱାର୍ଡ ବାସୀଙ୍କ ବିଭିନ୍ନ ମୌଳିକ ସୁବିଧା କିପରି ହାତ ପାଆନ୍ତାରେ ପହଁଞ୍ଚିବ ସେ ନେଇ ସେ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି ।
ଏହି ୱାର୍ଡ ରେ ଲୋକଙ୍କ ଅକୁଣ୍ଠ ସମର୍ଥନ ମୋର ବିଜୟ ରାସ୍ତା କୁ ଅଧିକ ସରଲ ଓ ସହଜ କରିଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁଅ ଲୋକରଞ୍ଜନଙ୍କୁ ଲଞ୍ଚ କରାଇଲେ କି ସାଂସଦ ଭତୃହରି ମହତାଵ ?

କଟକ ସଦର,୧୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ‘ ପ୍ରଜାତନ୍ତ୍ର ‘ ର ୭୫ତମ ଵର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ …

Leave a Reply

Your email address will not be published.