Tuesday , August 9 2022
Breaking News
Home / ନିର୍ବାଚନ / ଜୁନାଗଡ଼ ପୌର ନିର୍ବାଚନ ବିଜେପି ର ଜୋରଦାର ପ୍ରଚାର

ଜୁନାଗଡ଼ ପୌର ନିର୍ବାଚନ ବିଜେପି ର ଜୋରଦାର ପ୍ରଚାର

ଜୁନାଗଡ଼, ୧୭/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ) :ଜୁନାଗଡ଼ ପୌର ନିର୍ବାଚନ ପ୍ରଚାର ବେଶ ଜମିବାରେ ଲାଗିଛି। ବିଭିନ୍ନ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରଛନ୍ତି । ଏପଟେ ନିଜ ପ୍ରାର୍ଥୀ ସପକ୍ଷରେ ପ୍ରଚାର ମୈଦାନ କୁ ଓହ୍ଲାଇଛନ୍ତି ଖୋଦ ମନ୍ତ୍ରୀ ଦିବ୍ୟଶଙ୍କ ମିଶ୍ର। ଅନ୍ୟ ପକ୍ଷରେ ବିଜେପି ମଧ୍ୟ ପ୍ରଚାରକୁ ଜୋରଦାର କରି କଡା ଟକ୍କର ଦେଉଛି। ପିଜେପି ଅଧ୍ୟକ୍ଷ୍ୟ ପ୍ରାର୍ଥୀ ପାଇଁ ଯୁବ ନେତା ମୁକେଶ ଅଗ୍ରୱାଲ ରହିଛନ୍ତି।ସେ ଜଣେ ସମାଜସେବୀ ତଥା ଦଳର ଜଣେ ବରିଷ୍ଠ ସଂଗଠକ। ଗତ ପୌର ନିର୍ବାଚନ ରେ ୪ ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ।ବର୍ତମାନ ସେ ଅଧକ୍ଷ୍ୟ ପ୍ରାର୍ଥୀ ହୋଇ ଲୋକଙ୍କ ନିକଟତର ହୋଇ ନିଜ ସପକ୍ଷରେ ଭୋଟ ପ୍ରଚାର କରୁଛନ୍ତି।ଆଜି ଦଳୀୟ ସମର୍ଥକଙ୍କ ସହ ୱାର୍ଡ ନମ୍ବର ୪ଓ ୮ ବୁଲି ନିଜ ସପକ୍ଷ୍ୟରେ ପ୍ରଚାର କରଛନ୍ତି ।ବିଜେପି ସରକାର ଆସିଲେ ଗରିବ ଲୋକମାନଙ୍କୁ ଘର , ରାସ୍ତା ଘାଟ ପାନୀୟଜଳ ଓ ସ୍ଵାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି କରି ଜୁନାଗଡ଼କୁ ଏକ ଆଦର୍ଶ ସହରଭାବେ ଗଢିତୋଳିବାକୁ ସଂକଳ୍ପ ବଦ୍ଧ ବୋଲି ପ୍ରତିଶୃତି ଦେବାସହ ଆଗାମୀ ଦିନରେ ପ୍ରତି ୱାର୍ଡରେ ପିଡ଼ିଏସ ଚାଉଳ ବଣ୍ଟନ କରାଯିବ ଏବଂ ଜୁନାଗଡ଼କୁ ଏକ ମଡେଲ ସହର ଭାବେ ବିକଶିତ କରାଯିବ ବୋଲି ଇସ୍ତାହାର ରଖିଛନ୍ତି।ଏହି ପ୍ରଚାରରେ ୪ ନମ୍ବର ପ୍ରାର୍ଥୀ ସୁନିତା ସେନା ୨ ନମ୍ବର ବିକାଶ ପଟନାୟିକ ଓ ୮ ନମ୍ବର ର ଲଳିତ ଭୋଇ ମଧ୍ୟ ଅଧକ୍ଷ୍ୟ ଙ୍କ ସହ ନିଜ ୱାର୍ଡ ପାଇଁ ଭୋଟ ପ୍ରଚାର କରିଥିଲେ।ଏହି ପ୍ରଚାର କାର୍ୟ୍ୟକ୍ରମରେ ପ୍ରାର୍ଥୀ ଦଳୀୟ କର୍ମକର୍ତା ଓ ସମର୍ଥକ ବହୁସଂଖ୍ୟାରେ ସାମିଲ ଥିଲେ। ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.