ଜୁନାଗଡ଼, ୧୭/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ର ବ୍ୟବସାୟିକ ସହର ଜୁନାଗଡ ର ଏକ ପ୍ରମୁଖ ସପିଙ୍ଗ ମଲ ରେ ବୁଧ ବାର ସନ୍ଧ୍ୟା ରେ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜୁନାଗଡ ସହର ର କଲମପୁର ଛକ ଗାୟତ୍ରୀ ମନ୍ଦିର ନିକଟରେ ଥିବା ତିନି ମହଲା ବିଶିଷ୍ଟ ଏ ଟୁ ଜେଡ ସପିଙ୍ଗ ମଲ ର ମଝି ମହଲାରେ ବୁଧବାର ସନ୍ଧ୍ୟା ସମୟରେ ନିଆଁ ଲାଗି ଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।ଏହି ସପିଂମଲରେ ତଳ ମହଲାରେ କପଡା, ମଝି ମହଲାରେ ରାସନ୍ ସାମଗ୍ରୀ ସହିତ ଅନ୍ୟାନ୍ୟ ସବୁ ପ୍ରକାର ସାମଗ୍ରୀ ଏବଂ ଉପର ମହଲାରେ ଡ୍ରେସ ସାମଗ୍ରୀ ବିକ୍ରି ହେଉଥିବା ଜଣା ପଡ଼ିଛି । ବୁଧବାର ୧୬ ତାରିଖ ସନ୍ଧ୍ୟା ସମୟରେ ମଲ ବନ୍ଦ କରାଯାଇଥିବା ବେଳେ ଭିତରୁ ନିଆଁ ଲାଗିଥିବା ଦେଖି ପାଖ ପଡୋଶୀ ମଲ ମାଲିକଙ୍କୁ ଖବର ଦେବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଜୁନାଗଡ ପୋଲିସ ଏବଂ ଜୁନାଗଡ ଅଗ୍ନିଶମ ବାହିନୀ, ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ବ୍ୟବସ୍ଥା କରିଥିଲେ । ଜୁନାଗଡ, କଲମପୁର, କୋକସରା ଆଦି ସ୍ଥାନରୁ ଅଗ୍ନିଶମ ବାହିନୀ ର ନିଆଁ ଲିଭା ଗାଡ଼ି ଆସି ନିଆଁ ଲିଭାଇବା ପ୍ରୟାସ କରିଥିବା ପ୍ରକାଶ । ମଲରେ ଖାଇବା ସାମଗ୍ରୀ ସହିତ ତେଲ, ପ୍ଲାଷ୍ଟିକ ସାମଗ୍ରୀ ଆଦି ସାମଗ୍ରୀ ଥିବା ହେତୁ ଧୂଆଁ ସହିତ ପ୍ରବଳ ମାତ୍ରାରେ ନିଆଁ ଲାଗିଥିବା ହେତୁ ଅଗ୍ନିଶମ ବାହିନୀକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା। ନିକଟସ୍ଥ ବାଞ୍ଜି ବନ୍ଦ ରୁ ପାଣି ଅଣା ଯାଇ ଦୀର୍ଘ ସମୟ ଚେଷ୍ଟା କରିବା ପରେ ନିଆଁ ଲିଭାଇବା ସମ୍ଭବ ହୋଇଥିଲା । ପ୍ରବଳ ଧୂଆଁ ରେ ଉପର ମହଲା ରେ ଥିବା କପଡା ମଧ୍ୟ ନଷ୍ଟ ହୋଇଯାଇଥିବା ବେଳେ ପ୍ରବଳ ପାଣି ମାଡ଼ରେ ତଳ ମହଲାରେ ଥିବା କପଡ଼ା ସାମଗ୍ରୀ ମଧ୍ୟ ନଷ୍ଟ ହୋଇଥିବା ଦେଖାଯାଉଛି ।
ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନଥିବା ବେଳେ ଜୁନାଗଡ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।ଓଡ଼ିଶା ସମାଚାର
