Tuesday , September 27 2022
Breaking News
Home / ବିଶେଷ / ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ ହେଉ – ପଦ୍ମଶ୍ରୀ ବାବା ବଳିଆ

ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ ହେଉ – ପଦ୍ମଶ୍ରୀ ବାବା ବଳିଆ

ଶ୍ରୀ ଜଗନ୍ନାଥ ସଂକୀର୍ତନ ମହାସଂଘ ପକ୍ଷରୁ ପଦ୍ମଶ୍ରୀ ବାବା ବଳିଆ ସମ୍ବର୍ଦ୍ଧିତ

ଗରଦପୁର, ୧୭/୦୩/୨୦୨୨( ଓଡ଼ିଶା ସମାଚାର )-ଆଧ୍ୟାତ୍ମିକ ଜଗତର ପ୍ରଖ୍ୟାତ ସନ୍ଥ ତଥା ପୂଜ୍ୟ ପୂଜକ ବାବା ବଳିଆ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ସେଥିପାଇଁ ଶ୍ରୀ ଜଗନ୍ନାଥ ସଂକୀର୍ତନ ମହାସଂଘ ପକ୍ଷରୁ ଆଜି ଅରିଲୋସ୍ଥିତ ଶିଶୁ ଅନନ୍ତ ଆଶ୍ରମରେ ଏକ ଭବ୍ୟ ଉତ୍ସବରେ ସଂଗଠନ ପକ୍ଷରୁ ପଦ୍ମଶ୍ରୀ ବାବା ବଳିଆଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମ୍ବର୍ଦ୍ଧନାର ଉତରରେ ବାବା ବଳିଆ ବିଶ୍ୱରୁ ମହାମାରୀ କରୋନା ମୁକ୍ତ ହେବା ପାଇଁ ପ୍ରାର୍ଥନା କରିବା ସହିତ ଆପୋଷ ଆଲୋଚନା ଜରିଆରେ ରୁଷ ଓ ୟୁକ୍ରେନ୍ ଯୁଦ୍ଧ ଯଥା ଶୀଘ୍ର ବନ୍ଦ ହେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ । ଅଧିକନ୍ତୁ ଶାନ୍ତିକାମୀ ମଣିଷ ପାଇଁ ଯୁଦ୍ଧ ଖୋର ମନବୃତିରୁ ନିବୃତ ରହିବା ପାଇଁ ବାବା ବଳିଆ ପ୍ରାର୍ଥନା କରିଥିଲେ । ଜଳବାୟୁ ପରିବର୍ତନ ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଥିବାବେଳେ ଯୁଦ୍ଧ ରୁ ନିବୃତ ରହି ସୁନ୍ଦର ପରିବେଶ ସୃଷ୍ଟି ସହିତ ସରସ ଓ ନୀରାମୟ ଜୀବନ ଯାପନ ପାଇଁ ରାଷ୍ଟ୍ରନେତା ମାନେ ଆଗଭର ହୋଇ ମନନିବେଶ କରିବାକୁ ବାବା ବଳିଆ ଆହ୍ୱାନ ଦେଇଥିଲେ । ଆୟୋଜିତ ଉତ୍ସବରେ ମହାସଂଘର ସଭାପତି ନବଘନ ନାୟକ ସଭାପତିତ୍ୱ କରିଥିବାବେଳେ ଏଥିରେ ଶହସ୍ରାଧିକ ସଂକୀର୍ତନ କଳାକାର ଅଂଶ ଗ୍ରହଣ କରି ବାବା ବଳିଆଙ୍କୁ ପୁଷ୍ପକ ମଣ୍ଡିତ କରି ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦକ ନୀଶାମଣି ନନ୍ଦି, ଉପସଭାପତି ବୈକୁଂଠ ଚରଣ ନାୟକ, ଅନ୍ୟତମ ଉପସଭାପତି ଯୁଧିଷ୍ଠିର ଦାସ, କାର୍ୟ୍ୟକାରିଣୀ ସଦସ୍ୟ ଅଧିର କୁମାର ସ୍ୱାଇଁ, ରତ୍ନାକର ସ୍ୱାଇଁ , ଅଭିରାମ ସାମଲ, ରାମଚନ୍ଦ୍ର ସାମଲ , ତପନ ବାବା , ଜୟଦେବ ସାହୁ, ବ୍ୟୋମକେଶି ଭୂୟାଁ, ନନ୍ଦ କିଶୋର ବେହେରା, ଉଦ୍ଧବ ଚରଣ ସାମଲ ,ଉଦୟ କୁମାର ନାଥ, ତ୍ରିଲୋଚନ ବିଶ୍ୱାଳ, ପ୍ରକୃତିବନ୍ଧୁ ଉଦୟନାଥ ଚୌଧୁରୀ,ପ୍ରଦୀପ ସ୍ୱାଇଁ, ନରେନ୍ଦ୍ର ମହାନ୍ତି, ନୀଳମଣି ସାହୁ ଙ୍କ ସମେତ ମହାକାଳପଡ଼ା, ମାର୍ଶାଘାଇ , କେନ୍ଦ୍ରାପଡ଼ା ଓ ଗରଦପୁର ବ୍ଲକ୍ ର ସଂକୀର୍ତନ କଳାକାରମାନେ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ଶିଶୁ ଅନନ୍ତ ଆଶ୍ରମର ବାବା ବଳିଆ ଙ୍କ ପଟଶିଷ୍ୟ ଡ଼ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ କାର୍ୟ୍ୟକ୍ରମର ସଂଯୋଜନା କରିଥିଲେ । ଏଥିରେ ଆଶ୍ରମର ଅନ୍ତେବାସୀ ଶ୍ରୀନିବାସ ଦାସ, ଦିଗମ୍ବର ଭାଇ, ଗୋପାଳ ଭାଇ, ତପନ ଭାଇ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.