Tuesday , August 16 2022
Breaking News
Home / ନିର୍ବାଚନ / ସିଏମସିରେ ଜମୁଛି ନିର୍ବାଚନ ପ୍ରଚାର, ରଣାଙ୍ଗନକୁ ଓହ୍ଲାଇଲେ ଚର୍ଚ୍ଚିତ ଲୋକନାଥ

ସିଏମସିରେ ଜମୁଛି ନିର୍ବାଚନ ପ୍ରଚାର, ରଣାଙ୍ଗନକୁ ଓହ୍ଲାଇଲେ ଚର୍ଚ୍ଚିତ ଲୋକନାଥ

କଟକ ସଦର, ୧୬/୦୩/୨୦୨୨( ଓଡ଼ିଶା ସମାଚାର / ଵିଷ୍ଣୁ ବେହେରା):କଟକ ମହାନଗର ନିଗମ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ମେୟର ଓ କର୍ପୋରେଟର ପ୍ରାର୍ଥୀ ଙ୍କ ନିର୍ବାଚନ ପ୍ରଚାର।ଏପରି ସ୍ଥଳେ ୩୯ ନମ୍ଵର ୱ।ର୍ଡ ଏଵେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ୱ।ର୍ଡରେ ଅବିଶ୍ୱାସନୀୟ ଭାବେ ଵିଜେଡି ଟିକେଟରୁ ଵାଦ୍ ପଡ଼ିଥିବା ସ୍ୱାଧୀନ କର୍ପୋରେଟର ପ୍ରାର୍ଥୀ ଲୋକନାଥ ଲେଙ୍କା କିଛି ଦିନର ଆତ୍ମଗୋପନ ପରେ ଏବଂ ନାମ ତାଲିକାରେ ତାଙ୍କ ନାମ ପ୍ରକାଶ ପାଇବା ପରେ ନିର୍ବାଚନ ରଣକ୍ଷେତ୍ରକୁ ପରିବାର ଓ ସମର୍ଥକଙ୍କ ସହ ସ୍ୱୟଂଉଭା ହୋଇଛନ୍ତି। ଲୋକନାଥ ମଇଦାନକୁ ଆସିଥିବାରୁ ବିଜେଡି ସମର୍ଥିତ କର୍ପୋରେଟର ପ୍ରାର୍ଥୀ ଶ୍ରୀରାମ ପାଣ୍ଡେଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।କାରଣ ଲୋକନାଥ ଙ୍କ ଠାରୁ ଵିଜେଡି ଟିକେଟ ଫେରାଇ ନେଇ ଶ୍ରୀରାମ ଙ୍କୁ ଦେଇଥିଲା। ଶ୍ରୀରାମ ଙ୍କୁ କୁହାଯାଇଥିଲା ଯେ ଲୋକନାଥ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଵେ। ଏଥିପାଇଁ ଲୋକନାଥ ଙ୍କ ଉପରେ ଚାପ ପଡୁଥିଵାରୁ ସିଏ ଏଥିରୁ ମୁକୁଳିଵା ପାଇଁ ଆତ୍ମଗୋପନ କରିଥିଲେ। ଏବଂ ପ୍ରଚାରର ମଙ୍ଗ ପତ୍ନୀ ରୂପାଲୀ ଓ ମା ବିଷ୍ଣୁପ୍ରିୟା ସମ୍ଭାଳି ଥିଲେ।ସଵୁ ସତ୍ୱେ ନାଟକୀୟ ଢଙ୍ଗରେ ସନ୍ଦେହଜନକ ଲୋକନାଥଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇଥିବା ଜାଣି ୩୯ ନମ୍ଵର ୱ।ର୍ଡରେ ଵିଜେପି ପ୍ରାର୍ଥିନୀ ଥିଵା ଶ୍ରୀରାମଙ୍କ ପତ୍ନୀ ଶୋଭା ପାଣ୍ଡେ ସ୍ୱାମୀଙ୍କ ପାଇଁ ନିର୍ଵାଚନରୁ ଓହରି ଯାଇଥିଲେ।ହେଲେ ଶେଷରେ ସଵୁ ଅଙ୍କ ଭୂଲ ହୋଇଗଲା। ପଶାପାଲି ଓଲଟି ଗଲା। ଅର୍ଥାତ୍ ଶ୍ରୀରାମଙ୍କ ଡଵଲ୍ ଧମାକା ଗେମ୍ ପ୍ଲାନ୍ ଏଵେ ଫସରଫାଟି ଯାଇଛି ଵୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି। ଅପରପକ୍ଷରେ ଵିଜେପି ଛାଡିଥିବା ଶ୍ରୀରାମଙ୍କ ପତ୍ନୀ ଶୋଭାଙ୍କୁ ବିଜେଡି ଜିଲ୍ଲା ମହିଳା ଉପସଭାନେତ୍ରୀ ପଦ ଦେଇ ସନ୍ତୁଷ୍ଟ କରିଥିବା ବେଳେ ଅନ୍ୟ ଦୁଇଜଣ ପୂର୍ଵତନ କର୍ପୋରେଟର ଵିକାଶ ବେହେରା ଓ ସିଏମସି ୮ ନମ୍ଵର ୱ।ର୍ଡ ସଭାପତି ସତ୍ୟବ୍ରତ ରଣାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଓଡ଼ିଶା ସମାଚାର

 

About admin

Check Also

ପୁଅ ଲୋକରଞ୍ଜନଙ୍କୁ ଲଞ୍ଚ କରାଇଲେ କି ସାଂସଦ ଭତୃହରି ମହତାଵ ?

କଟକ ସଦର,୧୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ‘ ପ୍ରଜାତନ୍ତ୍ର ‘ ର ୭୫ତମ ଵର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ …

Leave a Reply

Your email address will not be published.