Tuesday , August 9 2022
Breaking News
Home / ବିଶେଷ / ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ – ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଟକ ଗଣ୍ଡରପୁର ଡ଼୍ରେନେଜ ଡ଼ିଭିଜନ୍ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ର ଚଢ଼ାଉ

ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ – ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଟକ ଗଣ୍ଡରପୁର ଡ଼୍ରେନେଜ ଡ଼ିଭିଜନ୍ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ର ଚଢ଼ାଉ

କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠାବ
କଟକ ୧୬/୦୩/୨୦୨୨( ଓଡ଼ିଶା ସମାଚାର )- ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ ଧରାପଡ଼ିଛନ୍ତିି ।ଏଥର ଜାଲରେ ଧରାପଡ଼ିଛନ୍ତି ଜଳସମ୍ପଦ ବିଭାଗର ଜଣେ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । କଟକ, ଭୁବନେଶ୍ବର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା ।
ରାଜ୍ୟ ଭିଜିଲାନ୍ସ ନିର୍ଦ୍ଧେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ , କଟକ ଗଣ୍ଡରପୁରସ୍ଥିତ ଅଫିସ, କଟକ ମହାନଦୀ ବିହାର ସ୍ଥିତ ଦୁଇ ମହଲା ଘର, କଟକ ନେମାଳ ସ୍ଥିତ ପୈତୃକ ଘର, ପାହାଳରେ ତାଙ୍କ ସ୍ତ୍ରୀ ଦେବସ୍ମିତା ବେହେରାଙ୍କ ନାଁରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଏକ କାଳିନ ଚଢାଉ କରାଯାଇଛି । କଟକ ଭିଜିଲାନ୍ସ ସ୍ପେଶାଲ ଜଜ୍ ଙ୍କ ୱାରେଣ୍ଟ ବଳରେ ଭିଜିଲାନ୍ସ ଏହି ଚଢାଉ କରାଯାଇଥିଲା। ଏହି ଚଢାଉରେ ୪ ଜଣ ଡିଏସ୍ପି, ୮ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।
ଏହି ଚଢ଼ାଉ ସମୟରେ ପଂଜାବ ନ୍ୟାସନାଲ ବ୍ୟାଙ୍କ ଭୁବନେଶ୍ୱର ର ଲକର ରୁ ନଗଦ ୧,୮୩,୫୦୦, କଟକ ଗଣ୍ଡରପୁର ଷ୍ଟେଟବ୍ୟାଙ୍କ ଲକରରୁ ୧,୦୨,୦୦୦, ଫ୍ରିଜ ରେ ଥିବା ପରିବା ମଧ୍ୟରୁ ୭୫,୫୦୦ ସମେତ ମୋଟ୍ ନଗଦ ୬,୧୭,୪୬୦ଟଙ୍କା ଜବତ କରାଯାଇଛି । ସେହିପରି ସୁନା ଅଳଙ୍କାର ୧.୫୪୬ କେଜି ମୂଲ୍ୟ ୬୨.୦୪ ଲକ୍ଷ ଟଙ୍କା , କଟକ ମହାନଦୀ ବିହାରରେ ଥିବା ଏକ ଦ୍ୱିତଳ ପ୍ରାସାଦ , ପାହାଳ ଉତକଳ ହାଇଟିସ ରେ ଏକ ଫ୍ଲାଟ, ମନୋଜ ବେହେରା ଓ ତାଙ୍କ ପତ୍ନୀ ଦେବସ୍ମିତା ଙ୍କ ନାମରେ ଥିବା ଚନ୍ଦ୍ରଶେଖରପୁର ରେ ୪୪ ଲକ୍ଷ ଟଙ୍କାର ପ୍ଲଟ୍, ମହାନଦୀ ବିହାରରେ ୮.୬୪ ଲକ୍ଷ ଟଙ୍କାର ପ୍ଲଟ୍ ,ଯାଗମରା ରେ ପତ୍ନୀ ଙ୍କ ନାମରେ ୨୦.୯୦ ଲକ୍ଷ ଟଙ୍କାର ୨ ଟି ପ୍ଲଟ , ଅନନ୍ତପୁର ରେ ୧୨.୪୨ଲକ୍ଷ ଟଙ୍କାର ଏକ ପ୍ଲଟ୍, ଭାଣପୁର ରେ ୯.୨୦ ଲକ୍ଷ ଟଙ୍କାର ଏକ ପ୍ଳଟ୍ ,ହିପରି ମୋଟ୍ ୬ ଟି ପ୍ଲଟ୍ ଠାବ କରାଯାଇଛି । ଏହି ପ୍ଲଟ ଗୁଡ଼ିକ କବଲା ରେ କିଣିଲାବେଳେ ୯୫.୧୬ ଲକ୍ଷ ଟଙ୍କା ଦର୍ଶାଯାଇଥିବାବେଳେ ଏଗୁଡ଼ିକ କିଣାଦାମ୍ ଠାରୁ କମ୍ ଦର୍ଶାଯାଇଥିବା ସନ୍ଦେହ କରାଯାଉଛି । ୩୧ ଲକ୍ଷ ଟଙ୍କାର ବ୍ୟାଙ୍କ ଡ଼ିପୋଜିଟ ଓ ଇନସ୍ୟୁରାନ୍ସ, ଗୋଟିଏ ଚାରି ଚକିଆ ଯାନ, ଗୋଟିଏ ଦୁଇ ଚକିଆ ଯାନ , ୧୧.୩୭ ଲକ୍ଷ ଟଙ୍କାର ଗୃହ ଉପକରଣ ହିସାବ କରାଯାଇଛି । ବୈଷୟିକ ଟିମ୍ ଦ୍ୱାରା ଏଗୁଡ଼ିକର ପ୍ରକୃତ ମୂଲ୍ୟ କେତେହେବ ତାହାର ହିସାବ କରିବ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.