କଟକ ୧୬/୦୩/୨୦୨୨( ଓଡ଼ିଶା ସମାଚାର )- ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ । ଏଥର ଜାଲରେ ପନିଛନ୍ତି ଜଣେ ନିର୍ବାହୀ ଯନ୍ତ୍ରୀ । , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । କଟକ, ଭୁବନେଶ୍ବର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି ।
ସୂଚନା ଅନୁଯାୟୀ , କଟକ ଗଣ୍ଡରପୁରସ୍ଥିତ ଅଫିସ, କଟକ ମହାନଦୀ ବିହାର ସ୍ଥିତ ଦୁଇ ମହଲା ଘର, କଟକ ନେମାଳ ସ୍ଥିତ ପୈତୃକ ଘର, ପାହାଳରେ ତାଙ୍କ ସ୍ତ୍ରୀ ଦେବସ୍ମିତା ବେହେରାଙ୍କ ନାଁରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଏକ କାଳିନ ଚଢାଉ କରାଯାଇଛି । କଟକ ଭିଜିଲାନ୍ସ ସ୍ପେଶାଲ ଜଜ୍ ଙ୍କ ୱାରେଣ୍ଟ ବଳରେ ଭିଜିଲାନ୍ସ ଏହି ଚଢାଉ କରିଛି । ଏହି ଚଢାଉରେ ୪ ଜଣ ଡିଏସ୍ପି, ୮ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି , ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଏହି ଚଢ଼ାଉ ସମୟରେ ବିପୁଳ ଟଙ୍କା ଓ ସୁନା ଗହଣା ଜବତ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି । ଓଡ଼ିଶା ସମାଚାର
