Tuesday , August 9 2022
Breaking News
Home / ବିଶେଷ / ବଜେଟ ଅଧିବେଶନ ମାର୍ଚ୍ଚ ୨୫ ରୁ , ସର୍ବଦଳୀୟ ବୈଠକ ଆଜି

ବଜେଟ ଅଧିବେଶନ ମାର୍ଚ୍ଚ ୨୫ ରୁ , ସର୍ବଦଳୀୟ ବୈଠକ ଆଜି

ଭୁବନେଶ୍ୱର , ୧୫/୦୩/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଓଡ଼ିଶା ବିଧାନସଭା ର ବଜେଟ ଅଧିବେଶନ ଆରମ୍ଭ ହେବ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ବଜେଟ ଅଧିବେଶନ ଚାଲିବ । ଅଧିବେଶନରେ ମୋଟ ୬ଟି କାର୍ୟ୍ୟ ଦିବସ ରହିବ ।
ଅଧିବେଶନକୁ ସୁଚାରରୂପେ ପରିଚାଳନା ପାଇଁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି । ପୂର୍ବାହ୍ନ ସାଢେ ୧୧ଟାରେ ବିଧାନସଭାର ୫୯ ନମ୍ବର ପ୍ରକୋଷ୍ଠରେ ଏହି ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହେବ । ସାଧାରଣତଃ ବିଧାନସଭା ଆରମ୍ଭ ହେବାର ୨ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । କିନ୍ତୁ ପୌର ନିର୍ବାଚନରେ ବିଧାୟକମାନେ ବ୍ୟସ୍ତ ରହୁଥିବାରୁ ବିଧାନସଭା ଅଧିବେଶନର ୧୦ ଦିନ ପୂର୍ବରୁ ସର୍ବ ଦଳୀୟ ବୈଠକ ଡକାଯାଇଛି ।
ଏହି ଅଧିବେଶନ କାଳରେ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଦି ରହିବ । ପ୍ରଥମ ଦିନ ଗୃହକୁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ସମ୍ବୋଧନ କରିବେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଆଗତ କରିବେ । ୩୧ ତାରିଖରେ ବଜେଟ ପାରିତ ପାଇଁ ବ୍ୟୟ ମଂଜୁରୀ ବିଲ୍ ଆସିବ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.