Tuesday , August 9 2022
Breaking News
Home / ବିଶେଷ / ଦିନ୧୧ଟାରୁ ଅପରାହ୍ଣ  ୩ଟା ପର୍ୟ୍ୟନ୍ତ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ

ଦିନ୧୧ଟାରୁ ଅପରାହ୍ଣ  ୩ଟା ପର୍ୟ୍ୟନ୍ତ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର , ୧୫/୦୩/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି । ଫାଲଗୁନ ମାସରେ ବୈଶାଖ ମାସ ଭଳି ଗ୍ରୀଷ୍ମ ଅନୁଭୂତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଦିନ୧୧ଟାରୁ ଅପରାହ୍ଣ  ୩ଟା ପର୍ୟ୍ୟନ୍ତ ରାଜ୍ୟରେ ସମସ୍ତ  ବସ ଚଳାଚଳ ବନ୍ଦ ରହିବ । ବସରେ ଅଧିକ ଯାତ୍ରୀ ନେବା ଉପରେ ମଧ୍ୟ କଟକଣା ଳାଗୁ କରାଯାଇଛି। ବସଷ୍ଟାଣ୍ଡ ଓ ବସ ଷ୍ଟପେଜରେ ପାନୀୟ ଜଳ ବ୍ୟବସ୍ଥା ବାଧ୍ୟତା ମୂଳକ କରାଯାଇଛି । ଏହି ଗାଇଡ ଲାଇନ ଉଲଂଘନ ହେଲେ ଜୋରିମାନା ଦେବାକୁ ପଡ଼ିବ । ଏନଫୋର୍ସମେଣ୍ଟ ଟିମ ଏହି ସବୁ ବ୍ୟବସ୍ଥା ପାଳନ କରାଯାଉଛି କି ନାହିଁ ତାହାର  ଅନୁଧ୍ୟାନ କରିବେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.