Wednesday , May 18 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ତେଣ୍ଡାକୁଡ଼ା ଅଂଚଳରେ ଦୋଳ ଉତ୍ସବ

ତେଣ୍ଡାକୁଡ଼ା ଅଂଚଳରେ ଦୋଳ ଉତ୍ସବ

ଗରଦପୁର, ୧୫/୦୩/୨୦୨୨( ଓଡ଼ିଶା ସମାଚାର )-ଗତ ୧୩ ତାରିଖ ଫଗୁ ଦଶମି ଠାରୁ ତେଣ୍ଡାକୁଡ଼ା ଅଂଚଳରେ ଦୋଳ ଉତ୍ସବ ଆରମ୍ଭ ହୋଇ ଯାଇଛି । ଅଂଚଳରେ ଥିବା ବିଭିନ୍ନ ମଠ ଓ ମନ୍ଦିର ମାନଙ୍କରେ ଥିବା ଜିଉ ମାନଙ୍କୁ ସୁସଜିତ ବିମାନରେ ବସାଇ ଶ୍ରଦ୍ଧାଳୁ ମାନେ ବିଭିନ୍ନ ଗ୍ରାମକୁ ଯାଇ ଲୋକମାନଙ୍କ ଘର ପାଖରେ ପୂଜାର୍ଚ୍ଚନା କରାଯାଉଛି । ବିଭିନ୍ନ ଗ୍ରାମରେ ମଧ୍ୟ ମେଳନ ଆରମ୍ଭ ହୋଇ ଯାଇଛି । ମଙ୍ଗଳବାର ଦିନ ଜୟତଳଙ୍ଗ ଶନି ବିହାର ଠାରେ ମେଳନ ଅନୁଷ୍ଠିତ ହୋଇଥିଲା । ଏହି ମେଳନରେ ସବୁଠାରୁ ଅଧିକ ଠାକୁର ଏକତ୍ରୀତ ହୋଇଥାନ୍ତି । ଜୟତଳଙ୍ଗ ର ଶ୍ରୀ ଶ୍ରୀ ରାଧାମାଧବ ଜୀଉ, ମାଳମଠ ର ଶ୍ରୀ ଶ୍ରୀ ରାହାସବିହାରୀ ଜୀଉ,କେଶୋଳ ର ଶ୍ରୀ ଶ୍ରୀ ନୃସିଂହନାଥ, ନିମକଣ ର ନବୀନ କେଶରୀ , ବରଢ଼ୀ ର ରାଧାକାନ୍ତ ଓ ତେଣ୍ଡାକୁଡ଼ାର ରାଧା ମୋହନ ଜୀଉ ଏହି ମେଳନ ରେ ଯୋଗ ଦେଇଥିଲେ । ମାର୍ଶାଘାଇ ଅଂଚଳର ମହିଳା ଗାୟିକା ସ୍ୱର୍ଣ୍ଣପ୍ରଭା ଲେଙ୍କା ଓ ସହଯୋଗୀ କଳାକାର ମାନଙ୍କ ଦ୍ୱାରା ପାଲା ପରିବେଷଣ ହୋଇଥିଲା । ଶେଷରେ ଶ୍ରୀ ଜୀଉ ମାନଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଅଭିର ଖେଳ ହୋଇଥିଲା । ଏହି ମେଳନ ଟି ଗ୍ରାମର ସ୍ୱର୍ଗତ ରାହାସ ବିହାରୀ କାନୁନଗୋ ଆଜିକୁ ବହୁ ବର୍ଷ ତଳେ ଆରମ୍ଭ କରିଥିଲେ ଓ ଏବେ ତାଙ୍କ ପରିବାର ପକ୍ଷରୁ ଆଜି ପର୍ଯ୍ୟନ୍ତ ତାହା ଚାଲିଛି । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *