Tuesday , August 9 2022
Breaking News
Home / ନିର୍ବାଚନ / ଜୁନାଗଡ଼ ପୌର ନିର୍ବାଚନ ପ୍ରଚାର ମୈଦାନ ରେ ପ୍ରାର୍ଥୀ

ଜୁନାଗଡ଼ ପୌର ନିର୍ବାଚନ ପ୍ରଚାର ମୈଦାନ ରେ ପ୍ରାର୍ଥୀ

ଜୁନାଗଡ଼, ୧୫/୦୩/୨୦୨୨(ଓଡିଶା ସମାଚାର/ରାକେଶ ବେମାଲ ) : ଜୁନାଗଡ଼ ପୌର ନିର୍ବାଚନ ପାଇଁ ସବୁ ପ୍ରକାର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବର୍ତ୍ତମାନ ପ୍ରାର୍ଥୀ ମାନେ ପ୍ରଚାର ମୈଦାନ କୁ ଓହ୍ଲାଇଛନ୍ତି । ଏହି ପୌରାଞ୍ଚଳ ନିର୍ବାଚନ ମଇଦାନ ରେ ତିନି ପ୍ରମୁଖ ରାଜନୈତିକ ଦଳ ସହିତ ଜଣେ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି୧୨ଟି ୱାର୍ଡ ପାଇଁ୩୫ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ଏହି ସବୁ ପ୍ରାର୍ଥୀ ମାନେ ନିଜ ନିଜର ସମର୍ଥକ ଙ୍କ ସହିତ ବିଭିନ୍ନ ୱାର୍ଡ ବୁଲି ଭୋଟର ଙ୍କ ନିକଟତର ହେଉଛନ୍ତି । ବିଜେଡି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ମହେଶ କୁମାର ସାହୁ, ବିଜେପି ର ମୁକେଶ ଅଗ୍ରୱାଲ, କଂଗ୍ରେସ ର ପ୍ରଭାତ ଦାସ ଏବଂ ସ୍ୱାଧୀନ ପ୍ରାର୍ଥୀ ଉଦୟ ନାଥ ଦାସ ପ୍ରଚାର ପାଇଁ ନିଜର ରଣନୀତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି କ୍ଷ ହେଲେ ତିନି ପ୍ରମୁଖ ଦଳର ବେନର ଏବଂ ପୋଷ୍ଟର ସହର ର ଗଳି କନ୍ଦି ରେ ଛାଇ ଯାଇଥିବା ଦେଖିବାକୁ ମିଳିଛି । ଏପଟେ ୱାର୍ଡ ସଭ୍ୟ ମାନେ ମଧ୍ୟ ନିଜ ନିଜୱାର୍ଡ ରେ ପ୍ରତି ଘର ବୁଲି ନିଜ ସପକ୍ଷରେ ଭୋଟ୍ ଭିକ୍ଷା ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ସହରରେ ପୌର ନିର୍ବାଚନ ତାତି ସରଗରମ ହୋଇ ଉଠିଛି । ଏପରିକି ସହରର ପ୍ରତି ଗଳି କନ୍ଦି ରେ ନିର୍ବାଚନ ମାହୋଲ ନେଇ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.