Tuesday , August 9 2022
Breaking News
Home / ନିର୍ବାଚନ / ଜୁନାଗଡ଼ ପୌର ନିର୍ବାଚନ : ଜଣେ ୱାର୍ଡ ସଭ୍ୟ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ଅଧ୍ୟକ୍ଷ୍ୟ ପଦ ପାଇଁ ୪ ଓ ୱାର୍ଡ ସଭ୍ୟ ପାଇଁ ୩୫ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର କାଏମ

ଜୁନାଗଡ଼ ପୌର ନିର୍ବାଚନ : ଜଣେ ୱାର୍ଡ ସଭ୍ୟ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ଅଧ୍ୟକ୍ଷ୍ୟ ପଦ ପାଇଁ ୪ ଓ ୱାର୍ଡ ସଭ୍ୟ ପାଇଁ ୩୫ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର କାଏମ

ଜୁନାଗଡ଼, ୧୫/୦୩/୨୦୨୨( ଓଡ଼ିଶା ସମାଚାର ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନରେ ଜଣେ ୱାର୍ଡ ସଭ୍ୟ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତ।ଫଳରେ ପ୍ରତ୍ୟାହାର ପରେ ଅଧ୍ୟକ୍ଷ୍ୟ ପଦ ପାଇଁ ୪ ଓ ୱାର୍ଡ ସଭ୍ୟ ପାଇଁ ୩୫ପ୍ରାର୍ଥୀ ଙ୍କ ନାମାଙ୍କନ କାଏମ ରହିଛି। ୱାର୍ଡ ନମ୍ବର ୯ ର ସ୍ୱାଧୀନ ପ୍ରାର୍ଥୀ ପଙ୍କଜ ପୁଝାରି ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି। ଜୁନାଗଡ଼ ପୌର ନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ୪ ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦିତା କରିବେ। ସେମାନଙ୍କ ମଧ୍ୟରେ ବିଜେଡ଼ି ଦଳ ପକ୍ଷରୁ ପୁର୍ବତନ ନଗରପାଳ ମହେଶ ସାହୁ, ବିଜେପି ଦଳରୁ ଜିଲ୍ଲା ପୌରାଞ୍ଚଳ ସଂଜୋଜକ ତଥା ପୂର୍ବତନ ପାରିଷଦ ମୁକେଶ ଅଗ୍ରୱାଲ ଏବଂ କଂଗ୍ରେସ ଦଳରୁ ଯୁବ ନେତା ତଥା ନଗର ସଭାପତି ପ୍ରଭାତ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ସମାଜସେବୀ ଉଦୟନାଥ ଦାଶ ରହିଛନ୍ତି। ।ସେହିପରି ୧୨ ଟି ୱାର୍ଡ ସଭ୍ୟ ପାଇଁ ୩୫ ପ୍ରତିଦ୍ବନ୍ଦୀ ରହିଛନ୍ତି। ସେମାଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଓଡ଼ିଶା ସମାଚାର

 

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.