Wednesday , May 18 2022
Breaking News
Home / କ୍ରୀଡ଼ା / ସୁନିଲ୍ ମେମୋରିଆଲ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଵସ୍ତପଡା କ୍ରିକେଟ – ୨୦୨୨ ଉଦଯାପିତ, ଭୂଵନେଶ୍ୱର ରୟାଲ ଟିମ୍ ଵିଜୟୀ

ସୁନିଲ୍ ମେମୋରିଆଲ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଵସ୍ତପଡା କ୍ରିକେଟ – ୨୦୨୨ ଉଦଯାପିତ, ଭୂଵନେଶ୍ୱର ରୟାଲ ଟିମ୍ ଵିଜୟୀ

କଟକ ସଦର, ୧୪/୦୩/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵସ୍ତପଡା କ୍ରିକେଟ କ୍ଲବ ୨୦୨୨ ପକ୍ଷରୁ ସୁନିଲ୍ ମେମୋରିଆଲ ଦୁଇ ଦିନିଆ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିଵାର ଠାରୁ ଉଦ୍ଘାଟିତ ହୋଇ ସୋମଵାର ପ୍ରତ୍ୟୁଷରେ ଉଦଯାପିତ ହୋଇଯାଇଛି। ବରିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ବାଉରୀବନ୍ଧୁ ସ୍ୱାଇଁ (ଵାଵୁ ସାର୍) ଓ ଜଣାଶୁଣା ଯୁଵ ସମାଜସେବୀ ବିବେକାନନ୍ଦ ଭୂୟାଁ (ପିଣ୍ଟୁ) ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ କରିଥିବା ଵେଳେ ଉଦଯାପନୀ ରେ ମୂଖ୍ୟ ଅତିଥି ଭାବେ ଵାଵୁ ସାର୍ ଓ କ୍ରିଡାଵିତ୍ ଅଜୟ କୁମାର ପଟ୍ଟନାୟକ ପୁରସ୍କାର ଵିତରଣ କରିଥିଲେ।ଏଥିରେ ୨୪ ଟିମ ଅଂଶ ଗ୍ରହଣ କରିଥିବା ଵେଳେ ଫାଇନାଲରେ ନୂଆଗାଁ ରାଇଜିଂଷ୍ଟାର କୁ ହରାଇ ଭୂଵନେଶ୍ୱର ଆଇଆରସି ଭିଲେଜ ରୟାଲ ଟିମ ବିଜେତା ହୋଇଥିଲେ। ବିଜେତା ଟିମକୁ ସିଲ୍ଡ ସହିତ ୧୫ ହଜାର, ଉପ ଵିଜେତା ଟିମକୁ ରନର୍ସ କପ୍ ସହିତ ୧୦ ହଜାର ଟଙ୍କା ଓ ଦ୍ୱିତୀୟ ଉପ ବିଜେତା ଟିମକୁ ଟ୍ରଫି ସହିତ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। କ୍ଲଵର ସମସ୍ତ ସଭ୍ୟ ଏଥିରେ ସହାୟତା ପ୍ରଦାନ କରିଥିବା ବେଳେ ବିପ୍ଳବ ଭୂଷଣ ସ୍ୱାଇଁ ( ଵାପୁଜୀ) ସଂଯୋଜନା କରିଥିଲେ । ଓଡିଶା ସମାଚାର

About admin

Check Also

ତ୍ରିରଙ୍ଗା ୟୁଥ କ୍ଲବ ର କ୍ରିକେଟ ଟୁର୍ନାମେଣ୍ଟ

ସାଲେପୁର , ୧୪/୦୩/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ମା ଶାରଳା ପଡିଆରେ ତ୍ରିରଙ୍ଗା ୟୁଥ କ୍ଲବ୍ ର …

Leave a Reply

Your email address will not be published. Required fields are marked *