କଳାହାଣ୍ଡି , ୧୪/୦୩/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତର ଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ରୋଗୀ କୁ କାର୍ୟ୍ୟରତ ଡାକ୍ତର ମାଡ଼ ମାରିବା ଘଟଣା ଏବେ ଉଗ୍ରରୂପ ଧାରଣ କରିଛି । ଆଜି ସକାଳୁ ସକାଳୁ ପରିବାର ଲୋକେ ରାସ୍ତା ଅବରୋଧ କରି ପ୍ରତିବାଦ କରୁଥିବା ବେଳେ ଜନସାଧାରଣ ମଧ୍ୟ ପୂର୍ଣ୍ଣ ସହ ଯୋଗ କରିଛନ୍ତି। ତେବେ ସମ୍ପୃକ୍ତ ଡାକ୍ତର ଜଣକ ରୋଗୀଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ଜାତିଭିତିକ ଗାଳି ଦେଇଥିବା ଅଭିଯୋଗ ରେ ଡାକ୍ତର ଦୋରା ଙ୍କୁ ପୋଲିସ ଗିରଫ କରିବା ପାଇଁ ଦାବି କରିଛନ୍ତି ।
ସୂଚନା ଯୋଗ୍ୟ ଯେ , ମୁକେଶ ନାଏକ ନାମକ ଜଣେବ୍ୟକ୍ତି ଭୀଷଣ ପେଟ ବ୍ୟଥା ହେବାରୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତର ଖାନା କୁ ବିଲମ୍ବିତ ରାତି (୧୧ ଘଣ୍ଟା ସମୟ)ରେ ଚିକିତ୍ସା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ନଥିବାରୁ ମତେ ବହୁତ କଷ୍ଟ ହେଉଛି ବୋଲି ରୋଗୀ ଚିତ୍କାର କରିଥିଲେ। ଏତିକି ସମୟରେ ଡାକ୍ତର ଶୈଳେଶ୍ୱର ଦୋରା ଆସି କିଏ ଚିତ୍କାର କରୁଛି ବୋଲି କହି ଦୁହିଁଙ୍କ ମଧ୍ୟ ରେ କଥା କଟା କଟି ହୋଇଥିଲା । ଡାକ୍ତର ଦୋରା ହଠାତ ରାଗି ଯାଇ ରୋଗୀଙ୍କୁ ଷ୍ଟେଚର ରୁ ଟାଣି ଆଣି ଘୋଷାଡି ଘୋଷାଡି ମାଡ ମାରିଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଡାକ୍ତର ଙ୍କୁ ନିଜ ହେପାଯତ କୁ ନେଇଛନ୍ତି । ଇତି ପୂର୍ବରୁ ଡାକ୍ତର ଦୋରା ଛତିଶଗଡ଼ ସରକାରଙ୍କ ଅଧୀନରେ ଚାକିରୀ କରୁଥିଲେ
ଏବଂ ସେଠାରେ ମଧ୍ୟ ରୋଗି ମାନଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର କରିଥିବା ସୂଚନା ରହିଛି। ଏ ନେଇ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଏସମ୍ପର୍କରେ ସମ୍ପୃକ୍ତ ଡାକ୍ତର ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ଓ ପୋଲିସ ଡାକ୍ତର ଙ୍କ ସହ ଦେଖା କରିବାକୁ ବାରଣ କରିଛନ୍ତି । ଏ ନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଧର୍ମଗଡ଼ ଏସଡିପି ଓ ଧିରଜ ଚୋପଦାର ପ୍ରକାଶ କରିଛନ୍ତି ।ଓଡିଶା ସମାଚାର
