Sunday , September 24 2023
Breaking News
Home / ଶିକ୍ଷା / ମାଟ୍ରିକ୍ ପରୀକ୍ଷା ଏପ୍ରିଲ ୨୯ ରୁ , ପରୀକ୍ଷା ସୂଚୀ ପ୍ରକାଶ ପାଇଲା

ମାଟ୍ରିକ୍ ପରୀକ୍ଷା ଏପ୍ରିଲ ୨୯ ରୁ , ପରୀକ୍ଷା ସୂଚୀ ପ୍ରକାଶ ପାଇଲା

କଟକ, ୧୪/୦୩/୨୦୨୨( ଓଡ଼ିଶା ସମାଚାର ) – ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ବର୍ଷ ପାଇଁ ମାଟ୍ରିକ୍ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଏପ୍ରିଲ୍ ୨୯ରେ ଦ୍ୱିତୀୟ ଭାଷା, ମେଁ ୨ ରେ ଗଣିତ ପରୀକ୍ଷା, ମେଁ ୪ରେ ବିଜ୍ଞାନ, ମେଁ ୫ରେ ପ୍ରଥମ ଭାଷା ପରୀକ୍ଷା, ମେଁ ୬ରେ ତୃତୀୟ ଭାଷା, ମେଁ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ପରୀକ୍ଷା ଅନୁଷ୍ଠିତ ହେବ ।
ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହୋଇ ମେଁ ୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ପ୍ରତିଦିନ ଗୋଟିଏ ଲେଖା ପରୀକ୍ଷା ହେବ । ପ୍ରତ୍ୟକ ବିଷୟ ପାଇଁ ୨ ଘଣ୍ଟା ସମୟ ରହିଥିବା ବେଳେ କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ୍ ସମୟ ରହିବ । ପ୍ରଥମ ସିଟିଂ ସକାଳ ୮ଟାରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ସିଟିଂ ୧୧ ଟାରୁ ଆରମ୍ଭ ହେବ । ପ୍ରଥମ ସିଟିଂ ରେ ରେଗୁଲାର୍ ଓ ଦ୍ୱିତୀୟ ସିଟିଂ ରେ ଏକ୍ସ ରେଗୁଳାର ପିଲାଙ୍କ ପାଇଁ ପରୀକ୍ଷା ହେବ । ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ଏବଂ ଏକ୍ସ ରେଗୁଲାରଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ରହିବ । ୪ ଟି ସେଟ୍ରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ବୋଲି ସେ ସୂଚନା ଦେଇଥିଲେ ।
ପରୀକ୍ଷା ୮୦ ମାର୍କ ବିଶିଷ୍ଟ ହେବ । ଏଥିରେ ସଂକ୍ଷିପ୍ତ ଏବଂ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପଚରାଯିବ । ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ ଓଏମଆର ସିଟ୍ ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ଏବଂ ଦୀର୍ଘ ଉତ୍ତରମୂଳକ ୩୦ ମାର୍କ ପରୀକ୍ଷାର୍ଥୀ ମିଳିଥିବା ବୁକ୍ଲେଟ୍ ରେ ଦେବେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *