କଟକ ସଦର, ୧୪/୦୩/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଯାଗର ଯାତ୍ରାରେ ଗତ ୧୨ ତାରିଖ ଶନିଵାର ବିଳମ୍ବିତ ରାତିରେ ଏକ ଫାଷ୍ଟ ଫୁଡ ଦୋକାନରେ ପଶି ଯୋର ଜବରଦସ୍ତ ସାମଗ୍ରୀ ଲୁଟପାଟ କରିଵା ପ୍ରତିଵାଦରେ ମିସ୍ତ୍ରୀ ଅଶୋକ କୁମାର ସାମନ୍ତରାୟ ଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଵା ଅଭିଯୋଗରେ ପୋଲିସ୍ ଜଣେ ମୂଖ୍ୟ ଅଭିଯୁକ୍ତକୁ ସଙ୍ଗୀନ ଦଫାରେ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଵା ଜଣାଯାଇଛି। ଫେରାର ଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ଛାତ୍ର ନେତାଙ୍କ ଭାଇ ସଂପୃକ୍ତ ଥିବାବେଳେ ଏଥିରେ ଅନେକ ଭାଗିଦାରୀ ଅଛନ୍ତି। ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଵାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଛି।ପ୍ରକାଶ ଯେ ଘଟଣା ଦିନ ରାତିରେ ଫାଷ୍ଟ ଫୁଡ୍ ଦୋକାନରେ ପଶି କିଶନନଗରର କାଉ ଓରଫ ନଖିଆ ଓରଫ ଲକ୍ଷ୍ମୀଧର ସାହୁ ଲୁଟପାଟ କରିଥିଲେ। ଦୋକାନର ମାଲିକ ନଥିବାରୁ ମିସ୍ତ୍ରୀ ଏହାର ପ୍ରତିବାଦ କରିବାରୁ କାଉ ଅନ୍ୟ ସହଯୋଗୀ ମାନଙ୍କୁ ନେଇ ମିସ୍ତ୍ରୀ ଅଶୋକଙ୍କୁ ମାରଣାସ୍ତ୍ର ଯୋଗେ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରି ଛାଡି ପଳାଇ ଥିଲେ।ପୋଲିସ ତଦନ୍ତ ଚଳାଇ ମୂଖ୍ୟ ଅଭିଯୁକ୍ତ କାଉକୁ ଆଜି ସୋମବାର ୪୦ ନମ୍ଵର ମାମଲା ଓ ଦଫା ୩୪୧, ୨୯୪, ୩୦୭, ୩୨୩, ୫୦୬ ଆଇପିସି, ୩(୧)(ଆର୍) (ଏସ୍)/୩(୨) (ଭିଏ)ଏସସି/ଏସଟି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ସସ୍ମିତା ରଣାଙ୍କ ଠାରୁ ଜଣାପଡିଛି। ହେଲେ ମାଲିକ ସଂଦୀପ ସେଠୀଙ୍କୁ ମଧ୍ୟ ଜାତିଆଣା ଆକ୍ଷେପ କରି ଗାଳିଗୁଲଜ କରିଥିବା ଏବଂ ଦୋକାନ ଲୁଟପାଟ କରିଥିଵା ଅଭିଯୋଗରେ ସାଲେପୁର ଉପଖଣ୍ଡ ପୋଲିସ୍ ଅଧିକାରୀ ଵିମଳ ଚନ୍ଦ୍ର ଵାରିକ ତଦନ୍ତକାରୀ ଅଧିକାରୀ ଭାବେ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ତଦନ୍ତର ଗୁରୁତ୍ୱ ଦୃଷ୍ଟିରୁ ଫେରାର ଅଭିଯୁକ୍ତ ମାନଙ୍କ ନାମକୁ ପୋଲିସ ଗୋପନ ରଖିଛି। ଓଡିଶା ସମାଚାର