ସାଲେପୁର , ୧୪/୦୩/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ମା ଶାରଳା ପଡିଆରେ ତ୍ରିରଙ୍ଗା ୟୁଥ କ୍ଲବ୍ ର ୨୨ ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ୍ ଆଠଟି ଟିମ୍ ଭାଗ ନେଇଥିଲେ। ସେଥି ମଧ୍ୟରୁ ଦୁଇଟି ଟିମ୍ ଫାଇନାଲ ମ୍ୟାଚ୍ ଖେଳିଥିଲେ। ଫାଇନାଲ ମ୍ୟାଚ୍ ରେ ଉଭୟ ପକ୍ଷ ୨୫ ଓଭର ଲେଖା ଏଁ ଖେଳିଥିଲେ । ଫାଇନାଲ ରେ ଭାଗ ନେଇଥିବା ଦୁଇଟି ଟିମ୍ ” ସ୍ମାଇଲ କ୍ରିକେଟ୍ ଟିମ୍ କଲ୍ୟାଣୀନଗର ଓ ଏମ ସି ସି ୪୨ ମୌଜା । ଏଥିରେ ସ୍ମାଇଲ କ୍ରିକେଟ୍ ଟିମ୍ ନିର୍ଦ୍ଧାରିତ ୨୫ ଓଭର ରେ ୪୧୨ ରନ ସଂଗ୍ରହ କରିଥିଲା। ସେହି ରନ କୁ ପିଛା କରି ଏମ ସି ସି କ୍ରିକେଟ୍ କ୍ଲବ୍ ୧୯ ଓଭର ରେ ୨୧୮ ରନ ସଂଗ୍ରହ କରି ଉଇକେଟ ହରାଇ ଦେଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ର ପରିଚାଳନା ଦାୟିତ୍ଵରେ ଶୁଦ୍ଧଜିତ୍ ପତି, ଦୀପକ କୁମାର ପତି, ସୁଶାନ୍ତ ଦାସ,ମାଧବ ଦା.ସୁଦର୍ଶନ ଦାସ,ସୁବ୍ରତ ଦାସ ,ପ୍ରକାଶ ଦାସ , ମାଧବ ଭୋଇ ,ପଞ୍ଚାନନ ଭୋଇ ,ସତ୍ୟବ୍ରତ କର ,ସ୍ମୃତି ରଞ୍ଜନ ଦାସ ,ଦୁର୍ଗାପ୍ରସାଦ ଭୋଇ ,ଶ୍ରୀପତି ନନ୍ଦ ,ପରେଶ୍ ପତି ,ଦୀପ୍ତି ରଞ୍ଜନ ପତି ,ସନ୍ତୋଷ କମାର ପତି ସହଯ୍ଧେଜ୍ଞ କରିଥବଲେ । ମୁଖ୍ୟ ଅତିଥି ଭାବେ ତହସିଲଦାର ଦିବ୍ୟଜ୍ୟୋତି ଦେଓ ଯୋଗ ଦେଇ ଖେଳାଳି ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ହେମନ୍ତ ନନ୍ଦ ଙ୍କ ନେତୃତ୍ୱ ରେ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର