Tuesday , August 16 2022
Breaking News
Home / ବିଶେଷ / ଟ୍ରେନ୍ ରେ କଟି ହରିଣ ମୃତ

ଟ୍ରେନ୍ ରେ କଟି ହରିଣ ମୃତ

ରଘୁନାଥପୁର, ୧୪/୦୩/୨୦୨୨( ଓଡ଼ିଶା ସମାଚାର )- ଟ୍ରେନ୍ରେ କଟି ଗୋଟିଏ ହରିଣର ମୃତୁ୍ୟ ଘଟିଛି । ଘଟଣାରୁ ପ୍ରକାଶ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧଳତଙ୍ଗଗଡ ଜଙ୍ଗଲରୁ ଖାଦ୍ୟ ଖାଇବା ପାଇଁ ଗତକାଲି ପ୍ରତୁ୍ୟଷରୁ ୫ଘ.୩୦ମି. ସମୟରେ କଟକ-ପାରାଦ୍ୱୀପ ରେଳପଥର ଗୋପାଳପୁର ନିକଟସ୍ଥ ଚାରିପଲିଆ ନିକଟରେ ଏକ ମାଲବାହୀ ଟ୍ରେନ୍ରେ କଟି ହରିଣର ମୃତୁ୍ୟ ଘଟିଛି । ଖବରପାଇ ଜଗତସିଂହପୁର ଫରେଷ୍ଟ ରେଞ୍ଜର ରବିନାରାୟଣ ମହାନ୍ତି, ଫରେଷ୍ଟର ସୁକାନ୍ତ କୁମାର ବେହେରା, ଫରେଷ୍ଟର ପୀତବାସ ମହାପାତ୍ର ପ୍ରମୁଖ ଘଟଣା ସ୍ଥଳରେ ପହଂଚି ମୃତ ହରିଣଟିକୁ ଜଙ୍ଗଲ ବିଭାଗ ରେଞ୍ଜ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରେ ପଶୁ ଡାକ୍ତରଙ୍କ ଦ୍ୱାରା ବ୍ୟବଛେଦ କରାଯାଇ ଉକ୍ତ ମୃତ ହରିଣ ଶବଟିକୁ କାର୍ଯ୍ୟାଳୟ ନିକଟରେ ପୋତି ଦିଆଯାଇଥିଲା । ଆଜି ଗୋଟିଏ ହରିଣ ଟ୍ରେନରେ କଟିଛି ବୋଲି ଜଗତସିଂହପୁର ଫରେଷ୍ଟ ରେଞ୍ଜର ଶ୍ରୀ ମହାନ୍ତି କହୁଥିବା ବେଳେ ଏଠାରେ ୨ଟି ହରିଣ କଟିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି । ସୂଚନାଯୋଗ୍ୟ ଧଳତଙ୍ଗଗଡ ଜଙ୍ଗଲଟି ରଘୁନାଥପୁର ବ୍ଲକ୍ ଅଧିନସ୍ଥ ଏବଂ ଜଗତ୍ସିଂହପୁର ଏକ ମାତ୍ର ସଂରକ୍ଷିତ ଜଙ୍ଗଲ ଅଟେ । ଏହି ଜଙ୍ଗଲରେ ୧୦୦୦ରୁ ଉଦ୍ଧ୍ୱର୍ ହରିଣ ରହିଛନ୍ତି । ଜଙ୍ଗଳରେ ସେମାନେ ଖାଦ୍ୟ ପାଉନଥିବାରୁ ପ୍ରତିଦିନ ରାତ୍ରିରେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଚତୁଃପାଶ୍ୱର୍ରେ ଚାଷୀମାନେ କରିଥିବା ମୁଗ, ବିରି, ଧାନ ଫସଲ ଖାଇବା ପାଇଁ ଜଙ୍ଗଲ ବାହାରକୁ ଚାଲିଆସିଥାନ୍ତି । ଜଙ୍ଗଲଠାରୁ ମାତ୍ର ୫୦୦ ମିଟର ଦୂରରେ କଟକ-ପାରାଦ୍ୱୀପ ରେଳପଥ ଯାଇଅଛି । ଏହି ହରିଣ ଗୁଡିକ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ବାହାରକୁ ଯିବା ସମୟରେ ଟ୍ରେନ୍ ଲାଇନ୍ ଅତିକ୍ରମ କରିଥାନ୍ତି । ଏହି ସମୟରେ ଯଦି କୌଣସି ଟ୍ରେନ୍ କଟକ-ପାରାଦ୍ୱୀପ ରେଳପଥରେ ଅତିକ୍ରମ କରୁଥାଏ ତେବେ ଉକ୍ତ ଟ୍ରେନ୍ରେ କଟି ହରିଣ ଗୁଡିକର ମୃତୁ୍ୟ ଘଟୁଛି । ଆଉ କେତେକ ହରିଣ ରାତ୍ରିରେ ଫସଲ ଖାଇବାକୁ ଯାଇ କୁକୁର ମାନଙ୍କର ଶିକାର ହୋଇଥାନ୍ତି । ଏହିଭଳି ପ୍ରତିବର୍ଷ ଶହ ଶହ ହରିଣ ମୃତୁ୍ୟମୁଖରେ ପଡୁଅନ୍ତି । ଧଳତଙ୍ଗଗଡ ଚତୁଃପାଶ୍ୱର୍ ଖୋଲାପଡିଥିବାରୁ ହରିଣ ଗୁଡିକ ଜଙ୍ଗଲ ବାହାରକୁ ଅବାଧରେ ପଳାଇ ଆସି ମୃତୁ୍ୟ ମୁଖରେ ପଡୁଛନ୍ତି । ଏହି ହରିଣ ଗୁଡିକର ସୁରକ୍ଷା ପାଇଁ ଧଳତଙ୍ଗଗଡ ଚର୍ତୁପାଶ୍ୱର୍ରେ ତାରବାଡ ନିର୍ମାଣ କରାଯିବାକୁ ଏ ଅଂଚଳର ପରିବେଶବିତ୍ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.