ଜୁନାଗଡ଼, ୧୪/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରରେ ଖାଇବା ତେଲର କୁତ୍ରିମ ମହଙ୍ଗା ଦେଖା ଦେଇଛି । ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି ,ଏପଟେ ଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଦିନ ହେଲା ଖାଇବା ତେଲ ମହାଙ୍ଗା ହେବାରେ ଲାଗିଛି।ବର୍ତମାନ ରିଫାଇନ ତେଲ ସର୍ବାଧିକ ବିକ୍ରି ମୂଲ୍ୟ ୧୩୨ ଟଙ୍କା ଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ୧୮୦ ରୁ ୧୯୦ ଟଙ୍କା ରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ସେହିପରି କିଛି ରିଫାଇନ ତେଲ ବଜାରରେ ୧୪୦ ରୁ ୧୪୫ ଟଙ୍କା ବିକ୍ରି ହଉ ଥିବା ବେଳେ ବର୍ତ୍ତମାନ ଯୁଦ୍ଧ ର ଆଳ ଦେଖାଇ ଅସାଧୁ ବ୍ୟବସାୟୀ ବହୁ ମୂଲ୍ୟ ରେ ବିକ୍ରି କରି ମାଲାମାଲ ହଉଛନ୍ତି । ସୂଚନା ମୁତାବକ କିଛି ଅସାଧୁ ବ୍ୟବସାୟୀ ବଜାର୍ ରେ ତେଲ ର କୂତ୍ରିମ ଅଭାବ ସ୍ରୁଷ୍ଟି କରୁଛନ୍ତି । ଯାହା ଫଳ ରେ ଖାଉଟି ବାଧ୍ୟ ହୋଇ ଅଧିକ ଦର ରେ କିଣୁଛନ୍ତି । ଅସାଧୁ ବ୍ୟବସାୟୀ ଲାଭବାନ୍ ହେଉଛନ୍ତି। ଜୁନାଗଡ଼ ସହରରେ ପ୍ରାୟ ୪ ରୁ ଅଧିକ ହୋଲସେଲ ଡିପୋ ରହିଛି।ଯୋଗାଣ ବିଭାଗ ଧର୍ମ କୁ ଆଖିଠାର ଭଳି କେବେ କାଁ ଭାଁ କୋଣସି କଳାବଜାରୀ ଙ୍କୁ ଚଢାଉ କରୁଥିବା ଦେଖିବାକୁ ମିଲୁନି । ଯୋଗାଣ ବିଭାଗ ଏବ୍ଂ ଅସାଧୁ ଲାଭ ଖୋର ବ୍ୟବସାୟୀ ଙ୍କ ମଧ୍ୟ ରେ କିଛି ଭିତିରି ସଲା ସୁତରା ହୋଇଥିବ ସନ୍ଦେହ ସାମ୍ନାକୁ ଆସିଛି। ମାର୍କେଟିଙ୍ଗ ଦାୟିତ୍ୱରେ ଥିବା ଅଧିକାରିଙ୍କୁ ଏଥିନେଇ ଯୋଗାଯୋଗ କରାଯିବାରୁ ତାଙ୍କ ସହିତ ସମ୍ପର୍କ ହୋଇପାରିନ ଥିଲା ,ଏଣୁ ଯୋଗାଣ ବିଭାଗ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ହୋଇ ପଡିଛି। ଓଡ଼ିଶା ସମାଚାର
