Thursday , June 30 2022
Breaking News
Home / ନିର୍ବାଚନ / କଂଗ୍ରେସ ଅଧ୍ୟକ୍ଷ ପାର୍ଥି ପ୍ରଭାତ ଦାଶ ଙ୍କ ପ୍ରଚାର

କଂଗ୍ରେସ ଅଧ୍ୟକ୍ଷ ପାର୍ଥି ପ୍ରଭାତ ଦାଶ ଙ୍କ ପ୍ରଚାର

ଜୁନାଗଡ଼, ୧୪/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ ପୌର ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାରଆରମ୍ଭ ହୋଇଯାଇଛି। କଂଗ୍ରେସ ର ଅଧ୍ୟକ୍ଷ ପାର୍ଥି ଯୁବ ନେତା ପ୍ରଭାତ ଦାସ ଆଜି ସହରର ବିଭିନ୍ନ ୱାର୍ଡ ବୁଲି ନିଜ ସପକ୍ଷରେ ଭୋଟ ପ୍ରଚାର କରୁଛନ୍ତି। ସହରର ବାବୁ ପଡା, ବରଗଛ ପଡା,ସାମିଆ ବନ୍ଦ ପଡା, ବଜାର୍ ପଡା, ବାମନ ପଡା, ଫତେ ନଗର୍ ପଡା, ମଧ୍ୟମ ପଡାରେ ଥିବା ବିଭିନ୍ନ ୱାର୍ଡ ରେ ଥିବା ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ । ସହରରେ ଆଜି ପର୍ୟ୍ୟନ୍ତ ଶାସକଦଳ ସହରର ଆଖିଦୃଶିଆ ଉନ୍ନତି କରିପାରିନି ।ସେ ଲୋକଙ୍କ ପାଖକୁ ଯାଇ ଜୁନାଗଡ କୁ ଏକ ସ୍ମାର୍ଟ ସହର ରୂପେ ଗଢିତୋଳିବାକୁ ସହରବାସୀଙ୍କୁ ସମସ୍ତ ମୌଲିକ ସୁବିଧା ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ୟ୍ୟକ୍ରମ ରେ ତାଙ୍କ ସହ ବିଭିନ୍ନ ୱାର୍ଡ ସଭ୍ୟ କିଶନ ଶର୍ମା, କୁମୁଦିନି ଶତପଥୀ ମଧ୍ୟ ଉପସ୍ଥିତ ରହି ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ ଜିଲ୍ଲା ବିଜେପି ତରଫରୁ କଳା ଦିବସ ପାଳନ

କନ୍ଧମାଳ,୨୫/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଠାକୁରାଣୀ ଯାତ୍ରା କାର୍ଯ୍ୟଳୟ ଠାରେ ଜିଲ୍ଲା ବିଜେପି ଦଳ …

Leave a Reply

Your email address will not be published. Required fields are marked *