ଭୁବନେଶ୍ୱର ୧୩/୦୩/୨୦୨୨( ଓଡ଼ିଶା ସମାଚାର )- ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଏସିଆ ବିମାନର ଜରୁରୀକାଳୀନ ଅବତରଣ ହୋଇଛି ।
ଖବର ଅନୁଯାୟୀ, ବେଙ୍ଗାଲୁରୁରୁ କିଛି ଯାତ୍ରୀଙ୍କୁ ନେଇ କୋଲକାତା ଯାଉଥିଲା ଏୟାର ଏସିଆ ବିମାନ । କିଛି ବାଟ ଯିବା ପରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ପାଇଲଟ୍ ତୁରନ୍ତ ଭୁବନେଶ୍ୱର ବିମାନ ବନ୍ଦରରେ ବିମାନକୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇ ଅବତରଣ କରାଇଥିଲେ । ଏହିକ୍ରମରେ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିମାନରେ ଥିବା ହବିବୁର ଖାନ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଓଡ଼ିଶା ସମାଚାର
