କଟକ ସଦର, ୧୨/୦୩/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵସ୍ତପଡା ସୁନିଲ ମେମୋରିଆଲ କ୍ରିକେଟ କ୍ଲବ ଆନୁକୁଲ୍ୟରେ ୩୩ ତମ ୨୦୨୨ ଦୁଇଦିନିଆ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଶନିବାର ଉଦ୍ଘାଟିତ ହୋଇଛି।ଏହାକୁ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ବିଶିଷ୍ଟ ଶିକ୍ଷାବିତ୍ ବାଉରୀବନ୍ଧୁ ସ୍ୱାଇଁ (ଵାଵୁ ସାର୍), ଜଣାଶୁଣା ସମାଜସେବୀ ବିବେକାନନ୍ଦ ଭୂୟାଁ (ପିଣ୍ଟୁ),ଵିମଳ କୁମାର ପଣ୍ଡା ପ୍ରମୁଖ ଉଦ୍ଘାଟନ କରିଥିଲେ। ଏଥିରେ ୨୪ ଟି କ୍ରିକେଟ ଟିମ୍ ଅଂଶଗ୍ରହଣ କରିଥିବା ବେଳେ ରବିବାର ଦିନ ଉଦଯାପିତ ହୋଇ ଵିଜେତା ଟିମକୁ ଟ୍ରଫି ଓ ରନର୍ସ ଟିମକୁ ରନର୍ସ ଟ୍ରଫି ପ୍ରଦାନ କରାଯିଵ ଵୋଲି ଆୟୋଜକ ମାନଙ୍କ ପକ୍ଷରୁ ସଂଯୋଜକ ଵିଳ୍ପଵଭୂଷଣ ସ୍ୱାଇଁ (ଵାପୁଜୀ)ଙ୍କ ଠାରୁ ଜଣାପଡିଛି । ଓଡିଶା ସମାଚାର
