Saturday , August 13 2022
Breaking News
Home / ନିର୍ବାଚନ / ମହିଳାଙ୍କୁ ମିଳିଲା ସମ୍ମାନ , ଠେଲାଗାଡ଼ିରେ ଜଳଖିଆ ବିକ୍ରି କରୁଥିବା ଯୁବକ ଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ବେହେରା ହେଲେ ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା

ମହିଳାଙ୍କୁ ମିଳିଲା ସମ୍ମାନ , ଠେଲାଗାଡ଼ିରେ ଜଳଖିଆ ବିକ୍ରି କରୁଥିବା ଯୁବକ ଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ବେହେରା ହେଲେ ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା

ରଘୁନାଥପୁର,୧୨/୦୩/୨୦୨୨( ଓଡ଼ିଶା ସମାଚାର )- ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରଘୁନାଥପୁର ବ୍ଲକ୍ ରେ ଅନୁସୂଚୀତ ଜାତି ମହିଳାଙ୍କୁ ମିଳିଛି ପଂଚାୟତ ସମିତି ଅଧ୍ୟକ୍ଷ ପଦବି । ନିଦ୍ୱର୍ନ୍ଦରେ ବିଧାୟକଙ୍କ ନିଷ୍ପତିକୁ ମାନି ନେଇଛନ୍ତି ବ୍ଲକ୍ ର ସମସ୍ତ ସମିତି ସଭ୍ୟ ଓ ସଭ୍ୟା । ଯାହା ଫଳରେ ଅପ୍ରତ୍ୟାଶିତ ଭାବେ ଜଣେ ଗରୀବ ଘରର ବୋହୁ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ବେହେରା ପିନ୍ଧିଛନ୍ତି ରଘୁନାଥପୁର ପଂଚାୟତ ସମିତିର ଅଧ୍ୟକ୍ଷ ମୁକୁଟ । ଆଜି ପଂଚାୟତ ସମିତି ର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଥିବାବେଳେ ଶ୍ରୀମତୀ ବେହେରାଙ୍କୁ ବାଦଦେଇ ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ । ବ୍ଲକ୍ ସଭା ଗୃହରେ ୧୯ ଗୋଟି ପଂଚାୟତ ମଧ୍ୟରୁ ବରାଗୋଳକୁ ବାଦଦେଲେ ବାକି ୧୮ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ନିର୍ବାଚନ ଅଧିକାରୀ ଭାବେ ତହସିଲଦାର ରୂପାଲିକା ଦାଶ କାର୍ଯ୍ୟଭାର ତୁଲାଉଥିବାବେଳେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଏବିଡ଼ିଓ ଅଶୋକ କୁମାର ମହାନ୍ତି, ଜିପିଇଓ କେଶବ ଚରଣ ମୁଖୀ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତା ଖୁଂଟିଆ ପ୍ରମୁଖ ଉପସ୍ଥିତ ଥବଲେ । ସରକାରଙ୍କ ଗାଇଡ଼ ଲାଇନ୍ ଅନୁଯାୟୀ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଦିନ ୧.୨୦ ମିନିଟ ରେ ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ବ୍ଲକ୍ ଅଧ୍ୟକ୍ଷା ଭାବେ ଘୋଷଣା କରାଯାଇଥିଲା । ସୂଚନା ଯୋଗ୍ୟ କି ରଘୁନାଥପୁର ପଂଚାୟତ ସମିତି ଅଧିନରେ ଥିବା ୧୯ ଗୋଟି ପଂଚାୟତ ମଧ୍ୟରୁ ୨ ଟି କଂଗ୍ରେସ, ୭ ଟି ଅସନ୍ତୁଷ୍ଟ ବିଜେଡ଼ି ଓ ୧୦ ଗୋଟି ସମିତି ସଭ୍ୟ ଆସନରେ ଦଳିୟ ସମର୍ଥିତ ପ୍ରାର୍ଥି ବିଜୟ ଲାଭ କରିଥିବାବେଳେ ଅଧ୍ୟକ୍ଷ ପଦବି ଟି ଅନୁସୂଚୀତ ଜାତି ବର୍ଗ ରୁ ସଂରକ୍ଷିତ ଥିଲା । ତେବେ ଦାବିଦାର ମଧ୍ୟରେ ୩ ଜଣ ମହିଳା ଥିବାବେଳେ ଜଣେ ମାତ୍ର ପୁରୁଷ ବର୍ଗରେ ଥିବାରୁ ଏହି ପଦବିଟି ମହିଳା ବର୍ଗକୁ ଯିବ ବୋଲି ଆକଳନ କରାଯାଉଥିଲା । ଶେଷ ପର୍ଯ୍ୟନ୍ତ ଏ ସମ୍ପର୍କରେ ବାଦାନୁବାଦ ଲାଗି ରହିଥିବାବେଳେ ବିଧାୟକ ବିଜୟ ଶଙ୍କର ଦାସ, ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ, ଜିଲା ବିଜେନି ଉପସଭାପତି ସରୋଜକାନ୍ତ ସ୍ୱାଇଁ ଙ୍କ ସମେତ ବ୍ଲକ୍ କୋର କମିଟି ର ରୁଦ୍ଧ ଦ୍ୱାର ବୈଠକରେ ଗତକାଲି ରାତିରେ ବିଧାୟକ ବିଜୟ ଶଙ୍କର ଶ୍ରୀମତୀ ବେହେରାଙ୍କୁ ବ୍ଲକ୍ ଅଧ୍ୟକ୍ଷା କରିବା ପାଇଁ ନିଷ୍ପତି ନେଇଥିଲେ । ଏସବୁ ସତ୍ୱେ ମଧ୍ୟ କାଳେ ଅନ୍ୟ କେହି ପ୍ରତିଦ୍ୱନ୍ଦିତା କରିବ ବୋଲି ସନ୍ଦେହ ଥିଲା । ତାହା ନହେବାରୁ ଶ୍ରୀବତୀ ବେହେରା ଶେଷରେ ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ହୋଇପାରିଛନ୍ତି । ଯାହାଙ୍କ ସ୍ୱାମୀ ଏରଡ଼ଙ୍ଗା ପଂଚାୟତ ନାଲିବର ଛକରେ ଠେଲାଗାଡ଼ିରେ ଜଳଖିଆ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ସେହି ମହିଳା ଆଜି ବ୍ଲକ୍ ର ମୂଲ୍ୟବାନ ଅଧ୍ୟକ୍ଷା ପଦବୀରେ ବସିଛନ୍ତି । ଏହାକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ବ୍ଲକ୍ ଉପାଧ୍ୟକ୍ଷ ପଦବୀ ପାଇଁ ବ୍ଲକ୍ ବିଜେଡ଼ି ସଭାପତି ତଥା ଧରାଧରପୁର ସମିତି ସଭ୍ୟ ଦେବାଶିଷ ତ୍ରିପାଠୀଙ୍କ ପାଇଁ ପଥ ପରିସ୍କାର ହୋଇ ଯାଇଛି ।  ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.