Tuesday , August 9 2022
Breaking News
Home / ବିଶେଷ / ତେଣ୍ଡାକୁଡ଼ା ପଂଚାୟତର ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି ଦୂର୍ଘଟଣାରେ ଆହତ

ତେଣ୍ଡାକୁଡ଼ା ପଂଚାୟତର ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି ଦୂର୍ଘଟଣାରେ ଆହତ

ଗରଦପୁର,୧୨/୦୩/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ପୂର୍ବତନ ସରପଂଚ, ଗରଦପୁର ବ୍ଲକ୍ ର ପୂର୍ବତନ ଆତ୍ମା ଅଧ୍ୟକ୍ଷ ରବିନ୍ଦ୍ରନାଥ ମହାନ୍ତି ଦୂର୍ଘଟଣାରେ ଆହତ ହୋଇଛନ୍ତି । ଶୁକ୍ରମାର ରାତିରେ ସେ ବାଇକ୍ ରେ ଘରକୁ ଫେରୁଥିବାବେଳେ ତେଣ୍ଡାକୁଡ଼ା ରଫିକ୍ ଚକ ଠାରୁ ଅଳ୍ପ ଦୂରରେ ସେ ଦୂର୍ଘଟଣାର ଶୀକାର ହୋଇଥିଲେ । ତାଙ୍କର ଗୋଡ଼ ଭାଙ୍ଗିଯାଇଥିବାବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ କଟକର ଏକ ଘରୋଇ ହସପିଟାଲ ରେ ଭର୍ତି କରାଯାଇଛି । ଆଜି ତାଙ୍କ ଗୋଡ଼ରେ ଅସ୍ତୋପଚାର କରାଯାଇଥିବା ଖବର ମିଳିଛି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.