Tuesday , August 9 2022
Breaking News
Home / ନିର୍ବାଚନ / ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ ଆସନ ଟି ଏଥର ବିଜେପି ହାତରୁ ଖସିଯାଇଛି

ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ ଆସନ ଟି ଏଥର ବିଜେପି ହାତରୁ ଖସିଯାଇଛି

ଜୁନାଗଡ଼ ,୧୨/୦୩/୨୦୨୨(ଓଡିଶା ସମାଚାର /ରାକେଶ ବେମାଲ )-ଦୀର୍ଘ ବର୍ଷରୁ ବିଜେପି କବଜାରେ ଥିବା ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ ଆସନ ଟି ଏଥର ବିଜେପି ହାତରୁ ଖସିଯାଇଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ଗୋଟି ଚାଳନାରେ ବିଜେପିର ଦୁର୍ଗ ପତନ ହୋଇଛି । ବିଜୁ ଜନତା ଦଳର ପ୍ରାର୍ଥୀନୀ ସବିତା ମେହେର୍ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ ହୋଇ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି ।ଏଥି ନେଇ ଦଳ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ର ଜୁନାଗଡ ପଞ୍ଚାୟତ ସମିତି ୩୪ ଗୋଟି ପଞ୍ଚାୟତକୁ ନେଇ ଗଠିତ ଏବଂ ଏହା ଜିଲ୍ଲା ର ଦ୍ଵିତୀୟ ବୃହତ୍ତମ ବ୍ଲକ ଅଟେ । ଏହି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ବେଶ୍ ଚର୍ଚ୍ଚାରେ ରହିଥିଲା । ଜିଲ୍ଲା ର ଏକମାତ୍ର ପ୍ରଭାବ ଶାଳୀ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ର୍ଏହା ନିର୍ବାଚିତ ମଣ୍ଡଳୀ ଅନ୍ତର୍ଭୁକ୍ତ । ଏହି ବ୍ଲକ୍ ର ଅଧ୍ୟକ୍ଷ ଆସନ ଟି ମହିଳା ଙ୍କ ପାଇଁ ସଂରକ୍ଷିତ ରହିଥିଲା । ଏହି ବ୍ଲକ ଅନ୍ତର୍ଗତ ବାଣିଜରା ପଞ୍ଚାୟତ ର ନବ ନିର୍ବାଚିତ ସମିତି ସଭ୍ୟ ସବିତା ମେହେର୍ ବ୍ଲକ ଅଧ୍ୟକ୍ଷା ପଦ ପାଇଁ ଦାବି ଦାର ଥିଲେ । ଅଧକ୍ଷ ନିର୍ବାଚନ ପାଇଁ ମନ୍ତ୍ରୀ ପରୋକ୍ଷ ରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ସବିତା ମେହେର୍ ଙ୍କୁ ଅଧ୍ୟକ୍ଷା ଭାବେ ନିର୍ବାଚିତ କରାଯାଇଛି । ସବିତା ମେହେର୍ ଙ୍କ ସପକ୍ଷ ରେ ୨୩ ଗୋଟି ଭୋଟ ରହିଥିବା ବେଳେ ବିଜେପି ର ଅଧକ୍ଷା ପାର୍ଥି କାଞ୍ଚନ ବାଗ ୧୧ ଗୋଟି ଭୋଟ ପାଇଛନ୍ତି । ଦୀର୍ଘ ଦିନ ରୁ ଏହି ଆସନ ଟି ବିଜେପି ହାତରେ ଥିଲା । ଏପରିକି ସ୍ଥାନୀୟ ବିଧାୟକ ବିଜେଡି ରୁ ଯାଇଥିଲେ ମଧ୍ୟ ବିଜେପି ଏହି ଆସନ ଅକ୍ତିଆର କରିଆସୁଥିଲା । ଏହି ଅଧକ୍ଷା ନିର୍ବାଚନ ରେ ଜୟପାଟଣା ବିଡିଓ ପ୍ରଣବ ଚାନ୍ଦ ନିର୍ବାଚନ ଦାୟିତ୍ଵ ତୁଲାଇ ଥିଲେ । କଡା ସୁରକ୍ଷା ମଧ୍ୟରେ ନିର୍ବାଚନ କାର୍ୟ୍ୟ ସମ୍ପନ୍ନ ହୋଇଛି । ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ସବିତା ମେହେର୍ ଙ୍କୁ ଜୁନାଗଡ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସ୍ୱାଗତ୍ ଜଣାଇଛନ୍ତି । ନବନିର୍ବାଚିତ ଅଧ୍ୟକ୍ଷ୍ୟା ଙ୍କୁ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇ ବିଜୟ ଉତ୍ସବ ପାଳନ କରିଥିଲେ। ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.