ଜଗତସିଂହପୁର, ୧୨/୦୩/୨୦୨୨( ଓଡ଼ିଶା ସମାଚାର )- ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ସହ ପରିବାର ଅଦାଲତ ଜଜ୍ ଶ୍ରୀ ଅଶୋକ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଇତିଶ୍ରୀ ମାଳବିକା ଭୂୟାଁ , ସି॰ଜେ॰ଏମ୍ ଶ୍ରୀ ପ୍ରିୟ ରଞ୍ଜନ ମିଶ୍ର , ପ୍ରାଧିକରଣର ସଚିବ ଶ୍ରୀମତୀ ସୁନନ୍ଦା ପାଢୀ , ସବ ଜଜ୍ ଶ୍ରୀମତୀ ସୁଦୀପ୍ତା ଦେହୁରି, ରେଜିସ୍ଟ୍ରାର ସିଭିଲ୍ କୋର୍ଟସ୍ ଶ୍ରୀମତୀ ସୁଦୀପା ପାତ୍ର , ସବ ଜଜ୍ (ଏଲ୍ ॰ ଆର୍ ) ଶ୍ରୀ ଅଭୟ କୁମାର ଦାସ , ମହିଳା କୋର୍ଟ ଜଜ୍ ଶ୍ରୀମତୀ ରଶ୍ମିତା ସାହୁ , ଏସ୍॰ଡି॰ଜେ॰ଏମ୍ ଶ୍ରୀ ବିଷ୍ଣୁ ପ୍ରସାଦ ଦେବତା , ମୁନଶିଫ ଶ୍ରୀମତୀ ମାନସୀ ପ୍ରଧାନ , ଜେ॰ଏମ୍॰ ଏଫ୍॰ସି ଶ୍ରୀମତୀ ଝିଲିଲିନା ନାୟକ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ। ଦୁର୍ଘଟଣା ଜନ୍ନିତ ମୋକଦ୍ଦମାର ବିଚାର ପାଇଁ ଉଦିଷ୍ଟ ବେଞ୍ଚ ରେ ଅତିରିକ୍ତ ପବ୍ଲିକ ପ୍ରକ୍ସେକିଉଟର ( Prosecutor) ଶ୍ରୀ ଭଜହରୀ କର , ସରକାରୀ ଓକିଲ ଶ୍ରୀ ସଲିଲ ଘୋଷ, ଆଇନଜୀବୀ ଶ୍ରୀ ଧିରେନ୍ଦ୍ରନାଥ ଆଚାର୍ୟ୍ୟ, ସାମାଜିକ କର୍ମୀ ସୁଷମା ପ୍ରଧାନ , ଡ଼ା ଶୟଦ ଇକବାଲ ହୁସେନ ଓ ମନସ୍ତତ୍ଵବିତ୍ ସୁସ୍ମିତା ମାଝି ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବଉନ୍ସ ମାମଲା, ବ୍ୟାଙ୍କ୍ ରୁଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ବୈବାହିକ ବିବାଦ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ମାମଲା ସମ୍ବଧୀୟ ପ୍ରାକ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଫଇସଲା ହୋଇଛି । ଜିଲ୍ଲାରୁ ମୋଟ ୧୩୧୮ ମାମଲାରୁ ୨୯୧ ଟି ସଫଳତାର ସହ ଫଇସଲା ହେବା ସହିତ ଟ ୨,୫୩,୮୯,୫୫୮/- ଟଙ୍କା ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କ ମାମଲା ସମ୍ବଧୀୟ ପ୍ରାକ ମୋକଦ୍ଦମାରେ ୨୨୪୪ ଟି ମାମଳରୁ ୧୬୦ ଟି ସଫଳତାର ସହ ଫଇସଲା ହେବା ସହିତ ଟ ୪୫,୦୨,୧୬୭ /- ଟଙ୍କା ଋଣ ଆଦାୟ କରାଯାଇଛି । ଏହା ସହିତ ଏହି ଲୋକ ଅଦାଲତର ପ୍ରଭାବର ଅଧ୍ୟୟନ ନିମନ୍ତେ ଛାତ୍ର ସ୍ଵେଛାସେବୀ ବିଶ୍ଵଜିତ ମିଶ୍ର, ଦେବାଶିଷ ବାରିକ,ମୋନାଲିସା ସ୍ଵାଇଁ, ଅଭିଜିତ ଭୋଇ, ଶକ୍ତି ସାର୍ଥକ ଶୋଭନ, ରଶ୍ମି ରଞ୍ଜନ ଦାଶ ଓ ମନୋରଞ୍ଜନ ସାହୁ ଙ୍କ ଦ୍ଵାରା ଏକ ସର୍ବେକ୍ଷଣ କରଯାଇଥିଲା। ଜଗତସିଂହପୁର ଜିଲ୍ଲା କୋର୍ଟ ସମେତ କୁଜଙ୍ଗ, ତିର୍ତୋଲ, ରଘୁନାଥପୁର ଏବଂ ଏରସମା କୋର୍ଟ ପ୍ରାଙ୍ଗଣରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏବଂ ବିଚାରପତିମାନଙ୍କ ଦ୍ଵାରା ମୋକଦ୍ଦମା ଗୁଡିକର ଫଇସଲା କରାଯିବା ସହ ଜୋରିମାନା ଆଦାୟ କରାଯାଇଛି। ଓଡ଼ିଶା ସମାଚାର
