Friday , August 19 2022
Breaking News
Home / ନିର୍ବାଚନ / ‘ଓଡିଶା ସମାଚାର’ ଖଵର ଶତପ୍ରତିଶତ ସତ ହେଲା, ଵିନା ପ୍ରତିଦ୍ବନ୍ଦିତାରେ ଜିତିଲେ କଟକ ସଦର ଚେୟାରମେନ ବିଷ୍ଣୁପ୍ରିୟା ରାଉତ

‘ଓଡିଶା ସମାଚାର’ ଖଵର ଶତପ୍ରତିଶତ ସତ ହେଲା, ଵିନା ପ୍ରତିଦ୍ବନ୍ଦିତାରେ ଜିତିଲେ କଟକ ସଦର ଚେୟାରମେନ ବିଷ୍ଣୁପ୍ରିୟା ରାଉତ

କଟକ ସଦର, ୧୨/୦୩/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ଗତିରାଉତ ପାଟଣାର ଅପ୍ରତିଦ୍ଵନ୍ଦୀ ସମିତି ସଭ୍ୟା ବିଷ୍ଣୁପ୍ରିୟା ରାଉତ ସଦର ଵ୍ଲକ ଚେୟାରମେନ ହେଵେ ଵୋଲି ନିର୍ଵାଚନର ଯଥେଷ୍ଟ ପୂର୍ବରୁ ଏବଂ ପରେ ଆକଳନ କରିଥିବା ‘ଓଡିଶା ସମାଚାର’ ରେ ପ୍ରକାଶିତ ଖଵର ଆଜି ଶନିବାର ଶତପ୍ରତିଶତ ସତ ଵୋଲି ପ୍ରମାଣିତ ହୋଇଛି। ଆଜି ସମସ୍ତ ୨୩ ଗୋଟି ପଞ୍ଚାୟତର ସମିତି ସଭ୍ୟ/ସଭ୍ୟା ଵ୍ଲକରେ ହେଵାକୁ ଥିବା ଅଧ୍ୟକ୍ଷା ନିର୍ବାଚନରେ ଭାଗ ନେବାକୁ ଆସିଥିବା ବେଳେ କେଵଳ ଜଣେ ସଭ୍ୟା ବିଷ୍ଣୁପ୍ରିୟା ନାମାଙ୍କନପତ୍ର ଦାଖଲ କରିଥିଲେ। ନିର୍ଧାରିତ ସମୟରେ ନିର୍ବାଚନ ଅଧିକାରୀ ଵିଡିଓ ରାଜୀବ ଲୋଚନ ପରିଡା ଵିଷ୍ଣୁପ୍ରିୟା ରାଉତଙ୍କୁ ଅପ୍ରତିଦ୍ଵନ୍ଦୀ ଅଧ୍ୟକ୍ଷା ଭାଵେ ଘୋଷଣା କରିଥିଲେ। ନିର୍ଵାଚିତ ଅଧ୍ୟକ୍ଷା ଵ୍ଲକ ପରିସରରେ ଥିଵା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ନିଜ କାର୍ଯ୍ୟାଳୟ କୋଠରୀକୁ ପ୍ରଵେଶ କରିଥିଲେ। ନୂତନ ଅଧ୍ୟକ୍ଷାଙ୍କୁ ଵିଡିଓ ରାଜୀବ ଲୋଚନ ପରିଡା, ଅତିରିକ୍ତ ଵିଡିଓ ଗିରିଜାଶଂକର ଵାରିକ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ଯାଞ୍ଜସେନୀ ଗୋଛାୟତ,ଵ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର,କାର୍ଯ୍ୟକାରୀ ସଭାପତି ସମର ଵେହେରା,ଆତ୍ମା ର ଅଧ୍ୟକ୍ଷ ରଜନୀ କାନ୍ତ ସାହୁଙ୍କ ସମେତ ଵହୁ ନିର୍ବାଚିତ ପ୍ରତିନିଧି ଓ ବୁଦ୍ଧିଜୀବି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ସମାଚାର

About admin

Check Also

ସ୍ୱାଧିନତା ଦିବସ ରେ କବିତା ପାଠୋତ୍ସବ

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)-ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ …

Leave a Reply

Your email address will not be published.