ଗରଦପୁର,୧୨/୦୩/୨୦୨୨( ଓଡ଼ିଶା ସମାଚାର )- ଆଜି ଗରଦପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏହି ବ୍ଲକ୍ ରେ ମୋଟ୍ ୧୮ ଗୋଟି ପଂଚାୟତ ରହିଛି । ପଦ୍ମପୁର ପଂଚାୟତର ସମିତି ସଭ୍ୟ ଅଭୟ କୁମାର ମହାରାଜ ଓ ଗରଦପୁର ପଂଚାୟତର ସମିତି ସଭ୍ୟ ଦିଲିପ ପଣ୍ଡା ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ପଦ୍ମପୁର ପଂଚାୟତର ସମିତି ସଭ୍ୟ ଅଭୟ କୁମାର ମହାରାଜ ୧୧ ଟି ଭୋଟ ପାଇଥିବାବେଳେ ଗରଦପୁର ପଂଚାୟତ ର ସମିତି ସଭ୍ୟ ଦିଲିପ ପଣ୍ଡା ଙ୍କୁ ୭ ଟି ଭୋଟ ମିଳିଥିଲା । ଫଳରେ ପଦ୍ମପୁର ପଂଚାୟତର ସମିତି ସଭ୍ୟ ଅଭୟ କୁମାର ମହାରାଜ ବିଜୟ ଲାଭ କରିଛନ୍ତି । ସେ ଜଣେ ବିଜେଡ଼ି ସମର୍ଥକ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର
