Tuesday , August 9 2022
Breaking News
Home / ବିଶେଷ / ୟୁକ୍ରେନରୁ ଫେରିଲେ ମେଡିକାଲ ଛାତ୍ର ସମ୍ବିତ ଶୁଭଙ୍କର

ୟୁକ୍ରେନରୁ ଫେରିଲେ ମେଡିକାଲ ଛାତ୍ର ସମ୍ବିତ ଶୁଭଙ୍କର

କେନ୍ଦ୍ରାପଡ଼ା, ୧୧/୦୩/୨୦୨୨( ଓଡ଼ିଶା ସମାଚାର )- ସୁଦୂର ୟୁକ୍ରେନରୁ ନିଜ ଘରକୁ ଫେରିଛନ୍ତି ମେଡିକାଲ ଛାତ୍ର ସମ୍ବିତ ଶୁଭଙ୍କର ନାୟକ । ୟୁକ୍ରେନ ସହିତ ଋଷର ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଅତ୍ୟନ୍ତ ଅନିଶ୍ଚିତତା ଭିତରେ ସେଠାରେ ଦିନ କାଟୁଥିଲେ ସମ୍ବିତ । କେମିତି ଘରକୁ ଫେରିବେ ତାହା ତାଙ୍କୁ ବିଚଳିତ କରୁଥିଲା । ଭାରତ ସରକାର ଓ ଓଡିଶା ସରକାରଙ୍କ ସହଯୋଗରେ ଶେଷରେ ସମ୍ବିତ ଘରକୁ ଫେରିଆସିଥିବା ସମ୍ଭବ ହୋଇଛି । ସମ୍ବିତ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡପଡା ଗ୍ରାମପଂଚାୟତର ମିଞ୍ଜାଉଣୀ ଗ୍ରାମର ବାସୀନ୍ଦା । ସେ ୟୁକ୍ରେନର ଖାରକୋଭ ନାସନାଲ ମେଡିକାଲ କଲେଜରେ ପଂଚମ ବର୍ଷର ଛାତ୍ର ଭାବେ ଅଧ୍ୟୟନ କରୁଥିଲେ । ସମ୍ବିତ ଘରେ ପହଂଚିବା ପରେ ତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି ।ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.