କଟକ ସଦର, ୧୧/୦୩/୨୦୨୨( ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ସରକାରଙ୍କ ଆଳୁ ଦୋଷ ଯୋଗୁଁ ଓଡ଼ିଶାରେ ଆଳୁ ମିଶନ ଫେଲ୍ ମାରିଛି।ଯାହା ଫଳରେ ଆଳୁ ଦର ଉପରେ ସରକାରଙ୍କ ଲଗାମ ନଥିଵାରୁ ଦର ହୁହୁ ହୋଇ ଵଢି ଚାଲିଛି।ଏଵେ ଆଳୁ ତିନି କିଲୋ(ଧଡା)୭୫ ଟଙ୍କାରେ ବିକ୍ରୀ ହେଉଥିଵା ଵେଳେ ଖୁଚୁରା କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିବା ଦେଖା ଯାଇଛି।ଯାହା ଫଳରେ ଖାଉଟି ନାହିଁ ନଥିଵା ହନ୍ତସନ୍ତ ହେଉଛନ୍ତି। ନିର୍ବାଚନ ସରିବା ପରେ ଆଜିଠୁ ଏତେ ଆଗକୁ କେତେ ଵୋଲି ଲୋକେ କହିଵା ଆରମ୍ଭ କଲେଣି।ସେଥିରେ ଖାଇଵା ତେଲ ଦର ଲିଟର ପିଛା ୩୦ ଟଙ୍କାରୁ ଉର୍ଦ୍ଧ୍ଵ ଵଢିଥିଵାରୁ ଲୋକଙ୍କ ହାଣ୍ଡିଶାଳ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡିଛି।ଆଳୁ ଓ ତେଲ ଦରକୁ କମାଇଵା ପାଇଁ ସରକାର ଆଜିଠାରୁ ଚିନ୍ତା ନକଲେ ଲୋକଙ୍କ ତେଲଲୁଣ ସଂସାର ଉପରେ ଆଗାମୀ ଦିନରେ ଯଥେଷ୍ଟ ପ୍ରଭାବ ପଡିଵା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ। ଓଡ଼ିଶା ସମାଚାର