Friday , August 19 2022
Breaking News
Home / ତାଜା ଖବର / ମାଲବାହୀ ଟ୍ରେନ ର ୬ ଟି ବଗି ଧାରଣା ଚ୍ୟୁତ – କୋରାପୁଟ-ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବନ୍ଦ

ମାଲବାହୀ ଟ୍ରେନ ର ୬ ଟି ବଗି ଧାରଣା ଚ୍ୟୁତ – କୋରାପୁଟ-ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବନ୍ଦ

କୋରାପୁଟ,୧୧/୦୩/୨୦୨୨( ଓଡ଼ିଶା ସମାଚାର )- ଗତକାଲି ବିଳମ୍ବିତ ରାତିରେ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ର ୬ ଟି ବଗି ଧାରଣା ଚ୍ୟୁତ ହୋଇଛି । ଗୁରୁବାର ରାତି ପ୍ରାୟ ୩ଟା ବେଳେ କୋରାପୁଟ ଷ୍ଟେସନଠାରୁ ୨୫ କିମି ଦୁ୍ରରେ ମାଲବାହୀ ଟ୍ରେନ୍ ଟି ଧାରଣାଚ୍ୟୁତ ହୋଇଛି। କିରଣ୍ଡୁଲରୁ ଲୁହା ପଥର ବୋଝେଇ ଏହି ଟ୍ରେନଟି ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ କୋରାପୁଟ ଜିଲ୍ଲାର ପାଡ଼ୁଆ ଷ୍ଟେସନର ଭେଜା ଗାଁ  ନିକଟରେ ଧାରଣାଚ୍ୟୁତ ହୋଇଥିଲା । ଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି । କୋରାପୁଟ ରୁ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳକୁ ଯାଇଛନ୍ତି । ବିଶାଖାପାଟଣା କୋରାପୁଟ- କିରଣ୍ଡୁଲ ଓ କିରଣ୍ଡୁଲ-କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ତାଜା ଖବର : ହୀରାକୁଦ ଜଳ ଭଣ୍ଡାର ର ୩୪ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୪ ଟି ଗେଟ ଖୋଲିଲା । ବର୍ତମାନ ମୋଟ ୩୦ ଟି …

Leave a Reply

Your email address will not be published.