ଭୁବନେଶ୍ୱର,୧୧/୦୩/୨୦୨୨ (ଓଡ଼ିଶା ସମାଚାର)- ଏପ୍ରିଲ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ମାଟ୍ରିକ ପରୀକ୍ଷା ବିଷୟରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏପ୍ରିଲ ୨୯ ତାରିଖରୁ ମେଁ ୬ ତାରିଖ ଯାଏଁ ପରୀକ୍ଷା ହେବ। ଏଥର ପିଲା ପଢ଼ୁଥିବା ନିଜ ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେବେ। ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକମାନେ ନିୟୋଜିତ ହେବେ। ଯେଉଁଠି ତାହା ସମ୍ଭବପର ହେବ ନାହିଁ ସେଠାରେ ପାଖ ସ୍କୁଲରେ ପିଲାମାନେ ପରୀକ୍ଷା ଦେବେ। ପ୍ରତିଦିନ ସକାଳ ୮ ଟାରେ ପରୀକ୍ଷା ହେବ ଏବଂ ଦିନକୁ ମାତ୍ର ଗୋଟିଏ ପରୀକ୍ଷା ହେବ । ଓଡ଼ିଶା ସମାଚାର