Tuesday , August 9 2022
Breaking News
Home / ତାଜା ଖବର / ପ୍ରେମିକର ପଥର ମାଡ଼ରେ ପ୍ରେମିକାର ମୃତ୍ୟୁ , ପ୍ରେମିକ ମଧ୍ୟ ଗୁରୁତର ଆହତ

ପ୍ରେମିକର ପଥର ମାଡ଼ରେ ପ୍ରେମିକାର ମୃତ୍ୟୁ , ପ୍ରେମିକ ମଧ୍ୟ ଗୁରୁତର ଆହତ

 ମୟୂରଭଞ୍ଜ, ୧୧/୦୩/୨୦୨୨( ଓଡ଼ିଶା ସମାଚାର )- ପ୍ରେମିକର ପଥର ମାଡ଼ରେ ପ୍ରେମିକାର ମୃତ୍ୟୁ ଘଟିଛି ।ଏଭଳି  ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ରାଇଡ଼ିହି ଗାଁରେ । ଖୁଣ୍ଟା ଥାନା ସପନଚୁଆ ଗ୍ରାମର ବୁଧୁନି ହେମ୍ବ୍ରମ୍ (୩୫) ଓ ବଡ଼ଯମୁନା ଗ୍ରାମର ମୁନୁ ଟୁଡୁ (୩୮)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଗତକାଲି ଗୁରୁବାର ସକାଳେ ଦୁହେଁ ଏକ ବାଇକ୍ ରେ ବୁଧୁନିଙ୍କ ଅଜା ଘର ରାଇଡ଼ିହି ଗାଁକୁ ବୁଲିବାକୁ ଯାଇଥିଲେ। ମଧ୍ୟାହ୍ନରେ ବୁଧୁନି ଗାଁ ନିକଟ ନାଳକୁ ଗାଧୋଇବା ପାଇଁ ଯାଇଥିବା ବେଳେ ତାଙ୍କ ପଛେ ପଛେ ମୁନୁ ଯାଇଥିଲା ।  ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଝଗଡ଼ା ଏତେ ଭୟଙ୍କର ରୂପ ନେଇଥିଲା ଯେ ଦୁହେଁ ହଠାତ୍ ପରସ୍ପରକୁ ପଥରରେ ଆକ୍ରମଣ କରିଥିଲେ। ଏହାରି ଭିତରେ ମୁନୁ ବୁଧୁନି ଉପରକୁ ପକାଇଥିବା ଗୋଟିଏ  ପଥର ବୁଧୁନିଙ୍କ ମୁଣ୍ଡରେ ବାଜିବାରୁ ସେ ସେଠାରେ ଟଳିପଡ଼ିଥିଲା । ଏହାପରେ ଏକ ପଥରରେ ପ୍ରେମିକା ବୁଧୁନିର ମୁଣ୍ଡକୁ ଛେଚି ଦେଇଥିଲା । ପଥର ଫିଙ୍ଗାଫିଙ୍ଗି ଭିତରେ ମୁନୁ ମଧ୍ୟ ଗୁରୁତର ଆହତ ହୋଇଛି। ଖବର ପାଇ କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ ସାର୍ଥକ ରାୟ, ଖୁଣ୍ଟା ଥାନା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜଙ୍କ ସହିତ ପୁଲିସ କର୍ମଚାରୀ ଘଟଣାସ୍ଥଳକୁ ଯାଇ ବୁଧୁନିର ମୃତଦେହ ଉଦ୍ଧାର କରିଥିଲେ। ଅପର ପକ୍ଷରେ ଗୁରୁତର ଆହତ ମୁନୁଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏ ନେଇ ଥାନା କେସ୍ ନମ୍ବର ୫୯/୨୨ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।ଓଡ଼ିଶା ସମାଚାର

About admin

Check Also

ଶ୍ରମିକ ଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୪୦ ଆହତ

ଧର୍ମଗଡ଼ ,୦୫/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟ ରେ …

Leave a Reply

Your email address will not be published.