Thursday , August 18 2022
Breaking News
Home / ନିର୍ବାଚନ / ପ୍ରତାପଙ୍କ ଗୋଟି ଚାଳନା ଆଗରେ ବିରୋଧି ଧରାଶାୟୀ, ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ହେବେ ଦୀପା ମଲ୍ଲିକ

ପ୍ରତାପଙ୍କ ଗୋଟି ଚାଳନା ଆଗରେ ବିରୋଧି ଧରାଶାୟୀ, ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ହେବେ ଦୀପା ମଲ୍ଲିକ

 ମାହାଙ୍ଗା , ୧୧/୦୩/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) – ଶନିବାର ୧୨ ତାରିଖ ପୂର୍ବାହ୍ନରେ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା  ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ,ଶାସକ ବିଜେଡି ଓ ବିରୋଧି ବିଜେପି ମଧ୍ୟରେ ଛକା ପଞ୍ଝା ଲାଗିରହିବା ଦେଖିବାକୁ ମିଳିଛି । ଲଗାତର ଭାବେ ଏହି ବ୍ଲକର ଅଧ୍ୟକ୍ଷ ଓ ଉପାଧକ୍ଷ ଶାସକ ବିଜେଡି କବ୍ଜାରେ ରହି ଆସିଛି । ଚଳିତ ଥର ଏହି ବ୍ଲକର ଅଧ୍ୟକ୍ଷ ଆସନ ସଂରକ୍ଷିତ ଥିବାରୁ ଜଣେ ଦଳିତ ମହିଳା ଚେୟାରମ୍ୟାନ ହେବା ନିଶ୍ଚିନ୍ତ ହୋଇଯାଇଥିଲା ।  ୩୭ ସଦସ୍ୟ ବିଶିଷ୍ଟ ମାହାଙ୍ଗା ପଞ୍ଚାୟତ ସମିତିକୁ ପ୍ରଥମଥର ପାଇଁ   ବିଜେଡି ସମର୍ଥିତ ୧୫ ଜଣ ମହିଳା ସଦସ୍ୟା ଓ ୧୨ ଜଣ ପୁରୁଷ ସଦସ୍ୟ ନିର୍ବାଚିତ ହେବା ଦେଖିବାକୁ ମିଳିଛି । ବିରୋଧି ବିଜେପି ଓ କଂଗ୍ରେସ ଦଳ ସପକ୍ଷରେ ୧୦ ଜଣ ସଦସ୍ୟ ଥିବାବେଳେ ଉଭୟ ଦଳ ପକ୍ଷରୁ ବିରୂପା ଗେଙ୍ଗୁଟି ଦୋଆବ  ଅଂଚଳ ଅନ୍ତର୍ଗତ ମଧୁପୁର ସମିତିସଭ୍ୟା ଚେୟାରମ୍ୟାନ ପ୍ରାର୍ଥୀ ଦୌଡରେ ରହିବା  କୁହାଯାଉଛି । ଶାସକ ଦଳ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଯାଇଁ ନେତୃତ୍ୱ ବିହୀନ ବିରୋଧି ଶିବିରରେ କ୍ରସ ଭୋଟିଂ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ପୂର୍ବାନୁମାନ କରାଯାଉଛି । ଶାସକ ବିଜେଡି କବ୍ଜାରେ ମାହାଙ୍ଗା ପଞ୍ଚାୟତ ସମିତି ରହିଥିବା ବେଳେ ଚଳିତ ଥର ଚେୟାରମ୍ୟାନ ପଦବୀ ଦଳ ଅକ୍ତିଆର କରିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି  ।  ଏପରିକି ଭୋଟ ବେଳେ ବିରୋଧି ଶିବିରରୁ  କ୍ରସ ଭୋଟିଂ ହେବାର ଯଥେଷ୍ଟ ସମ୍ଭାବନା ଥିବା ଆଶଙ୍କା ପ୍ରକାଶ ପାଇଛି ।

ମାହାଙ୍ଗା ପଞ୍ଚାୟତରୁ ସମିତିସଭ୍ୟ ଜିତିଥିବା ଦୀପା ମଲ୍ଲିକଙ୍କୁ ଶାସକ ବିଜେଡି ଚେୟାରମ୍ୟାନ ଭାବେ ପ୍ରୋଜେକ୍ଟ କରିବା ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଦୀପାଙ୍କ ସପକ୍ଷରେ କେନାଲ ଅଂଚଳରୁ ବିଜେଡିର ୧୦ଜଣ ମହିଳା  ଓ ୯  ଜଣ ପୁରୁଷ ସମିତି ମେମ୍ବରଙ୍କ ସମର୍ଥନ  ଥିବାବେଳେ, ଧୋୟାଞ୍ଚଳରୁ ୨ ଜଣ ପୁରୁଷ ଏବଂ ୫ ଜଣ ମହିଳା ପ୍ରତିନିଧିଙ୍କ ସମର୍ଥନ ରହିଥିବା ସୂଚନା ମିଳିଛି ଜ୍ଝ  ଶନିବାର ସକାଳେ ଦୀପା ତାଙ୍କର ମନୋନୟନପତ୍ର ଦାଖଲ କରିବା ନିଶ୍ଚିତ ବୋଲି ଏକ  ନିର୍ଭରଯୋଗ୍ୟ ସୂତ୍ରରୁ କୁହାଯାଉଥିବା ବେଳେ ତାଙ୍କ ସହିତ ୨୬ ଜଣ ସମିତି ସଦସ୍ୟ ବ୍ଲକ ସଦର ମହକୁମା କୁଆଁପାଳରେ ପହଂଚିବାର କାର୍ୟ୍ୟକ୍ରମ ରହିଛି । ବିଜେଡିରୁ ଏହି ଅଧ୍ୟକ୍ଷା  ଦୌଡରେ ଥିବା କଇଥା ସମିତିସଭ୍ୟା ବନଲତା ଦଳେଇଙ୍କୁ ମନେଇବାରେ ଦଳ ସଫଳ ହୋଇଛି ବୋଲି ଆଲୋଚନା ହେଉଛି । ରିପୋର୍ଟ ମୁତାବକ ସର୍ବ କନିଷ୍ଠ ମାହାଙ୍ଗା ଗ୍ରାମ  ପଞ୍ଚାୟତର ସମିତିସଭ୍ୟା ଦୀପାଙ୍କ ନାଆଁ ଦଳ ଘୋଷଣା କରିବାର ଅଧିକ ସମ୍ଭାବନା ଥିବା କୁହାଯାଉଛି ।  ୨୩ ବର୍ଷ ବୟସ୍କା ଦୀପା ମଲ୍ଲିକ ଜପକୁଦ ମହିଳା ମହାବିଦ୍ୟାଳୟରୁ ପ୍ଲସ ଥ୍ରୀ ପାସ କରିବା ସହ ଜଣେ ସାଧାରଣ ମହିଳା ଭାବେ ମାହାଙ୍ଗା ଗ୍ରାମ ପଂଚାୟତ ରୁ ପ୍ରତିନିଧିତ୍ୱ କରୁଛନ୍ତି  ।  ସେ ମାହାଙ୍ଗା ବ୍ଲକ ଛାତ୍ର ବିଜେଡି ସଭାପତି ତ୍ରିନାଥ ଜେନାଙ୍କ ପରିବାର ସଦସ୍ୟ ହୋଇଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୀର୍ବାଦ ଯୋଗୁଁ ତା’ଙ୍କୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି  । ସେହିପରି ଆସନ୍ତା ୨୩ ତାରିଖ ଦିନ ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେଡି ସମର୍ଥିତ ଜଣେ ସମିତି ସଦସ୍ୟ ଏହି ପଦବୀ ଅକ୍ତିଆର କରିବାନେଇ ପଥ ପରିଷ୍କାର ହୋଇଯାଇଛି ।

  କେନାଲ ଅଂଚଳକୁ ଅଧ୍ୟକ୍ଷ ପଦବୀ ମିଳିବା ନିଶ୍ଚିତ ହୋଇଯାଇଥିବାରୁ ଆଇଲ୍ୟାଣ୍ଡରୁ ଉପାଧ୍ୟକ୍ଷ ପଦବୀ ମିଳିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।  ତେବେ ବ୍ଲକ ଉପାଧ୍ୟକ୍ଷା ଦୌଡରେ ପୁରୁଷ କିଂବା ମହିଳା ପ୍ରତିନିଧିତ୍ୱ ରହିବ ସେକଥା ଏଯାଏଁ ସ୍ପଷ୍ଟ ହୋଇନି ବୋଲି ଆଲୋଚନା ହେଉଛି ।  କୁହୁଣ୍ଡା ସମିତିସଭ୍ୟା ସୁପ୍ରଭା ସାମଲ ଏହି ଦୌଡରେ ସାମିଲ ଥିବାବେଳେ ବାସୁଦେବପୁର ସମିତିସଭ୍ୟ ସତ୍ୟ ନାରାୟଣ ମହାନ୍ତି ଓ ମୂଳବସନ୍ତ ସମିତିସଭ୍ୟା ସଂଗୀତା ମହାନ୍ତିଙ୍କ ନାଆଁ ଆଲୋଚନା ହେଉଛି  ।  ଅଭିଜ୍ଞତା ଓ ଶିକ୍ଷାଗତ ଯୋଗ୍ୟତାକୁ ବିଚାରକଲେ କୁହୁଣ୍ଡା ପଞ୍ଚାୟତ ସମିତିସଭ୍ୟା ସୁପ୍ରଭା ଜଣେ ଉଚ୍ଚ ଶିକ୍ଷିତା ମହିଳା ଓ ସୁବକ୍ତା ହୋଇଥିବା ବେଳେ ସେ ବିଜେଡିର ପୁରୁଖା ନେତା ପ୍ରାକ୍ତନ ସରପଞ୍ଚ ଡାକ୍ତର ପ୍ରଭୁପଦ ମହାନ୍ତିଙ୍କ ବୋହୂ ଅଟନ୍ତି । ଯଦି ମହିଳାଙ୍କୁ ଦଳପକ୍ଷରୁ ଉପାଧ୍ୟକ୍ଷ ପଦବୀ ପାଇଁ ଗୁରୁତ୍ୱ ଦିଆଯାଏ  ତେବେ ସାମ୍ବାଦିକ ଅଖିଳେଶ ମହାନ୍ତିଙ୍କ ସହଧର୍ମିଣୀ ସୁପ୍ରଭା ସାମଲ ଉପାଧ୍ୟକ୍ଷା  ଦୌଡରେ ସବୁଠୁ ଆଗରେ ବୋଲି ଚର୍ଚ୍ଚା ହେଉଛି । ଯଦି ବିଗତ ଦିନରେ ନିଶ୍ଚିନ୍ତକୋଇଲି ବ୍ଲକରେ  ଉଭୟ ପଦବୀରେ ମହିଳା ପ୍ରତିନିଧତ୍ୱ ଦେଖିବାକୁ ମିଳିଥିଲା ସେହି ଫର୍ମୁଲା ମାହାଙ୍ଗାରେ ଲାଗୁ ହେବକି ବୋଲି ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳୁଛି । ତେବେ ଅଧ୍ୟକ୍ଷ ହେଉ ଅଥବା ଉପାଧ୍ୟକ୍ଷା ଏହି ଉଭୟ ପଦବୀ ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଷ୍ପତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ବୋଲି କୁହାଯାଉଛି । ଚାରିଟି ଯାକ ଜିଲାପରିଷଦ ଆସନ ହରାଇବା ପରେ, ଶାସକ ବିଜେଡି ହାତରୁ ବିରୋଧି ବିଜେପି ଓ କଂଗ୍ରେସ ଉଭୟ ଦଳ ଏହି ବ୍ଲକର  ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଆସନ ଛଡାଇ ନେବାକୁ ଭରପୁର ପ୍ରୟାସ କରିଥିଲେବି ନବୀନ ବାବୁଙ୍କ କ୍ରେଜ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗୋଟି ଚାଳନା ସବୁଠି କାମ ଦେଇ ଥିବାରୁ କ୍ଷମତା ଦାଖଲ ପାଇଁ ବିରୋଧିଙ୍କ ସବୁ ଉଦ୍ୟମ ଫସର ଫାଟିଯିବା ଆଲୋଚନା ହେଉଛି ।  ଶାସକ ଦଳ ୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଲାନ ପ୍ରସ୍ତୁତି କରିବା ଫଳରେ ବିରୋଧି ମାହାଙ୍ଗା ରାଜନୀତିରେ ଅଲୋଡ଼ା ବୋଲି ଏବେଠୁ ଚର୍ଚ୍ଚା ଯୋର ଧରିଛି ।  ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାର ୩ଟି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୪୧୭କୋଟି ମଞ୍ଜୁର

ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା କେନ୍ଦ୍ରାପଡ଼ା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ୩ଟି ବ୍ଲକ ପଟ୍ଟାମୁଣ୍ଡାଇ, …

Leave a Reply

Your email address will not be published.