ଗରଦପୁର, ୧୧/୦୩/୨୦୨୨( ଓଡ଼ିଶା ସମାଚାର )-ଆଜି ଗରଦପୁର ବ୍ଲକ୍ ରେ ଥିବା ୧୮ ଗୋଟି ପଂଚାୟତର ନାଏବ ସରପଂଚ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବଙ୍ଗାଳପୁର ପଂଚାୟତ ରେ ମାଳତି ଯେନା,ବନ୍ତଳା ପଂଚାୟତ ରେ ବର୍ଷା ଜେନା,ବେଡ଼ାରୀ ପଂଚାୟତ ରେ ନରେଶ କୁମାର ମହାନ୍ତି, ଭଗବାନପୁର ପଂଚାୟତ ରେ ମିନା ମଲିକ୍, ଗରଦପୁର ପଂଚାୟତ ରେ ମାଗୁଣି ଦାସ, କଳାବୁଦା ପଂଚାୟତ ରେ ରବୀନ୍ଦ୍ରନାଥ ସାହୁ,ମଧୁଶାସନ ପଂଚାୟତ ରେ ଏସକେ ଫାରମନ ଅଲୀ,ନଡ଼ିଆବରେଇ ପଂଚାୟତ ରେ ମୋନାଲିସା ପରିଡ଼ା , ପଳସୁଧା ପଂଚାୟତ ରେ ବଲ୍ଲଭ ମଲିକ୍, ପାଖଡ଼ ପଂଚାୟତ ରେ କୈଳାଶ ଚନ୍ଦ୍ର ସାହୁ, ପଦ୍ମପୁର ପଂଚାୟତ ରେ ମିହିର ରାଉତ,ପାଟକୁରା ପଂଚାୟତ ରେ ସୁକାନ୍ତ କୁମାର ସାମଲ, ରାମଚନ୍ଦ୍ରପୁର ପଂଚାୟତ ରେ ମିନତି ମହାନ୍ତି , ସାନ ଅଢ଼ଙ୍ଗା ପଂଚାୟତ ରେ ସରସ୍ୱତୀ ସେଠୀ , ତଳକୁସୁମା ପଂଚାୟତ ରେସଂହୁକ୍ତା ଛାଟୋଇ, ତିକନପୁର ପଂଚାୟତ ରେ ରଶ୍ମିରେଖା ଦାସ , ତେଣ୍ଡାକୁଡ଼ା ପଂଚାୟତ ରେ ଫରିଦା ଖାନମ୍ ନାଏବ ସରପଂଚ ନିର୍ବାଚିତ ହୋଇଥିବାବେଳେ ବଡ଼ବେତ୍ରା ପଂଚାୟତ ରେ କେହି ପ୍ରାର୍ଥିପତ୍ର ଦାଖଲ କରିନଥବଲେ ବୋଲି ବ୍ଲକ୍ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ରଂଜିତ କୁମାର ମଲିକ୍ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର
