Saturday , August 13 2022
Breaking News
Home / ନିର୍ବାଚନ / କେନ୍ଦ୍ରାପଡା ପୌରାଂଚଳର ୧୫ନମ୍ବର ୱାର୍ଡରେ ହବିବାଙ୍କ ନିର୍ବାଚନୀ ପ୍ରଚାର

କେନ୍ଦ୍ରାପଡା ପୌରାଂଚଳର ୧୫ନମ୍ବର ୱାର୍ଡରେ ହବିବାଙ୍କ ନିର୍ବାଚନୀ ପ୍ରଚାର

କେନ୍ଦ୍ରାପଡ଼ା,୧୧/୦୩/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ପୌରାଂଚଳରେ ଏବେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳିଛି । ପୌରାଂଚଳର ୨୧ଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ଓ ନଗରପାଳ ପ୍ରାର୍ଥୀଙ୍କ ଆରମ୍ଭ ହୋଇଯାଇଛି ନିର୍ବାଚନୀ ପ୍ରଚାର । ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକମାନଙ୍କୁ ସଙ୍ଗରେ ଧରି ସାହି ବସ୍ତି ବୁଲି ନିର୍ବାଚନୀ ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଛି । ସେହିପରି କେନ୍ଦ୍ରାପଡା ପୌରାଂଚଳର ୧୫ନମ୍ବର ୱାର୍ଡରୁ ବିଜୁ ଜନତା ଦଳର କାଉନସିଲର ପ୍ରାର୍ଥୀ ହୋଇଥିବା ହବିବା ବେଗମ ତାଙ୍କ ସମର୍ଥକ ଶତାଧିକ ମହିଳାମାନଙ୍କୁ ସଙ୍ଗରେ ଧରି ସାହିବସ୍ତିର ପ୍ରତ୍ୟେକ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ତାଙ୍କ ସ୍ୱାମୀ ବିଜେଡିର ଜଣେ ଯୁବନେତା ଭାବରେ ସାଧାରଣରେ ପରିଚିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ ମୂଳକ ଯୋଜନା ଓ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ବିକାଶର ଧାରାକୁ ପାଥେୟ କରି ହବିବା ଲୋକଙ୍କ ପାଖରେ ପହଂଚି ଜନ ସମର୍ଥନ ଲୋଡୁଥିବା ଦେଖାଯାଇଛି । ଜଣେ ମେଳାପି, ମିଷ୍ଟଭାଷି ଓ ସମାଜସେବୀ ମହିଳା ଭାବରେ ହବିବାଙ୍କର ବେଶ ଦକ୍ଷତା ରହିଛି । ହବିବାଙ୍କ ସହିତ ତାଙ୍କ ସ୍ୱାମୀ ସେକ ନସିମୁଦ୍ଧିନ(ପପୁ)ଓ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ)ଙ୍କ ସମେତ ବହୁ ମହିଳା ସମର୍ଥକମାନେ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.