Tuesday , August 9 2022
Breaking News
Home / ବିଶେଷ / ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ପୀଠ ରେ ଜଗତ କଲ୍ୟାଣ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ପୀଠ ରେ ଜଗତ କଲ୍ୟାଣ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

ନିଶ୍ଚିନ୍ତକୋଇଲି,୧୦/୦୩/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ଗ୍ରାମର ଇଷ୍ଟଦେବ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ୨୬ ତମ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ଏହି ବାଲୁଙ୍କେଶ୍ୱର ଙ୍କ ପ୍ରଧାନ ଭକ୍ତ, କାର୍ୟ୍ୟକ୍ରମର ପୁରୋଧା ବାବା ଶ୍ରୀ ଅରକ୍ଷିତ ଓଝା, ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଅପାର କରୁଣା ରୁ ଜଗତକଲ୍ୟାଣ ଉଦେଶ୍ୟ ରେ ଏହି ଯଜ୍ଞାନୁଷ୍ଠାନ ଆରମ୍ଭ କରିଥିଲେ ଓ ଏବେ ତାଙ୍କ ପୁତ୍ର ତପନ କୁମାର ଓଝା ଙ୍କ ତତ୍ବାବଧାନରେ ଏହି ଯଜ୍ଞ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରତ୍ୟହ ସତସଙ୍ଗ ଓ ଆଧ୍ୟାତ୍ମିକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ବୁଧବାର ଯଜ୍ଞ ର ପୂର୍ଣ୍ଣାହୁତି ଉପଲକ୍ଷେ, ପ୍ରାତଃ ସମୟରୁ ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ବାରା ବେଦ ପାଠ,ଗୁରୁ ପୂଜା,ସୂର୍ୟ୍ୟ ପୂଜା,କରାଯାଇ ପଞ୍ଚ କର୍ମ ଓ ଅଭିଷେକ ପରେ ଯଜ୍ଞ ନାରାୟଣ ଙ୍କ ପୂଜାର୍ଚ୍ଚନା ସହିତ ଆହୁତି ପ୍ରଦାନ କରାଯାଇଥିଲା।ଏହି ଯଜ୍ଞ ରେ ପଞ୍ଚ ସଖା ଙ୍କ ମିଳନ ହୋଇଥାଏ ବୋଲି ମାଳିକା ରେ ବର୍ଣ୍ଣିତ ହୋଇଅଛି। ଅନ୍ୟ ଏକ ବିଶେଷତ୍ଵ ହେଉଛି ପ୍ରତିଦିନ ଵିଧି ଅନୁସାରେ ପାଞ୍ଚୋଟି ସ୍ଥାନରୁ ଆଜ୍ଞାମାଳ ଆସିଥାଏ ଓ ପୂର୍ଣ୍ଣାହୁତି ପୂର୍ବରୁ ଦୁଇ ଗୋଟି ବିମାନ ରେ ଏକ ପଟୁଆର ଶୋଭା ଯାତ୍ରାରେ ହରି ଓ ହରଙ୍କୁ ନଗର ପରିକ୍ରମା କରାଯାଇ ଥିବା ବେଳେ ଏଠାରେ ହରିହର ମିଳନ ଅତ୍ୟନ୍ତ ମନୋରମ ହୋଇଥାଏ। ଏଠାକୁ ବହୁ ଦୁର ଦୁରାନ୍ତରୁ ମାନସିକ ଧାରୀ ଭକ୍ତ ମାନେ ଆସିଥିବା ବେଳେ ବହୁ ସଂଖ୍ୟାର ଭକ୍ତଙ୍କ ସମାଗମ ହୋଇଥିଲା । ବୁଧବାର ଯଜ୍ଞ ର ପୂର୍ଣ୍ଣାହୁତି ହେବାସହ କାର୍ୟ୍ୟକ୍ରମ ଉଦଯାପିତ ହୋଇଥିଲା । ଶେଷରେ ଉପସ୍ଥିତ ଭକ୍ତ ମାନେ ଆନନ୍ଦବଜାର ରେ ପ୍ରସାଦ ସେବନ କରିଥିଲେ।ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.