ପାଟକୁରା, ୧୦/୦୩/୨୦୨୨( ଓଡ଼ିଶା ସମାଚାର )- ରାଜ୍ୟ ସ୍ୱାସ୍ୟ୍ଥ୍ର ବିଭାଗ ପକ୍ଷରୁ ‘କାୟାକଳ୍ପ’ ଟିମ୍ ଆଜି ପୂର୍ବାହ୍ନରେ ପାଟକୁରା ମେଡିକାଲ ପରିଦର୍ଶନ ରେ ଆସି ମେଡିକାଲର ବିଭିନ୍ନ ବିଭାଗର କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ଡଃ.ଜ୍ୟୋର୍ତିମୟୀ ରାଉତ, ଡଃ.ସୌମ୍ୟାଶ୍ରୀ ମହାପାତ୍ର, ଓ କେ ରଶ୍ମି ଙ୍କ ନେତୃତ୍ୱରେ ଆସିଥିବା ଏହି ୩ ଜଣିଆ ଟିମ୍ ପ୍ରଥମେ ପାଟକୁରା ମେଡିକାଲ ରେ ପହଂଚି ଏକ୍ସ-ରେ କରାଯାଉଥିବା ପ୍ରକୋଷ୍ଠ, ଆନ୍ତଃ ଚିକିତ୍ସା କେନ୍ଦ୍ର,ବର୍ହିଃ ଚିକିତ୍ସା କେନ୍ଦ୍ର,ନିଦାନ ଗୃହ କେନ୍ଦ୍ର, ପ୍ରସୁତି ବିଭାଗ ଗୃହ,ଅସ୍ତ୍ରୋପଚାର ଗୃହ,ଲାବ୍ରୋଟୋରୀ ଗୃହ,ଜେନେରାଲ ରୋଗୀ ପ୍ରକୋଷ୍ଟ,ନିରାମୟ ଯୋଜନାରେ ଔଷଧ ବିତରଣ କେନ୍ଦ୍ର,କିଶୋରି ବାଳିକାମାନଙ୍କ ପାଇଁ ଉଦ୍ଧିଷ୍ଟ ‘ଶ୍ରଦ୍ଧା କ୍ଲିନିକ’.କଳିଙ୍କି ପ୍ରକୋଷ୍ଟ,ଆବର୍ଜ୍ଜନା ପଡୁଥିବା ସ୍ଥାନ,ଡ୍ରେସିଂ ରୁମ୍ ଓ ଶୌଚାଳୟ ଆଦି ପ୍ରକୋଷ୍ଠ ଗୁଡିକର ସ୍ୱଛତା,ଆବଶ୍ୟକ ଯନ୍ତ୍ରପାତି,ରୋଗୀମାନଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ପାଇଁ ରହିଥିବା ବିଭିନ୍ନ ଉପକରଣ, ଗୋଗୀ ମାନେ ମେଡିକାଲରେ ପାଉଥିବା ଚିକିତ୍ସା ସୁବିଧା ଆଦି ଉପରେ ଅନୁଧ୍ୟାନ କରିଥିଲେ । ମେଡିକାଲରେ ସ୍ୱଛତା ଓ ପରିମଳ ଉପରେ ଏହି ଟିମ୍ ନିରିକ୍ଷଣ କରିଥିଲେ । ଏହି ରାଜ୍ୟସ୍ତରୀୟ ଟିମ୍ ମେଡିକାଲର ବିଭିନ୍ନ ଦିଗ ଅନୁଧ୍ୟାନ କରିବା ସମୟରେ କେନ୍ଦ୍ରାପଡା ମେଡିକାଲର ଡାକ୍ତର ରୂପେଷ ଶତପଥି ଓ ଜିଲା ମେଡିକାଲ ‘କାୟାକଳ୍ପ’ର ପରାମର୍ଶଦାତା ଡାକ୍ତର ଅନିଲ କୁମାର ପଣ୍ଡା ଓ ପାଟକୁରା ମେଡିକାଲର ମୂଖ୍ୟ ଚିକିତ୍ସାଧିକାରୀ ଡଃ.ନିରଞ୍ଜନ କର, ସ୍ତ୍ରୀ ଓ ପ୍ରସ୍ୂତି ବିଭାଗ ଡାକ୍ତର ହିମାଂଶୁ ଭୂଷଣ ଷଢଙ୍ଗି,ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ଜେନା,ଡାକ୍ତର ସନ୍ଦିପ୍ କୁମାର ମହାନ୍ତି,ଆୟୂଷ ଡାକ୍ତର ମନୋଜ କୁମାର ଜେନା ଓ ଅନ୍ୟତମ ଆୟୂଷ ଡାକ୍ତର ଶସ୍ମିତା ମହାପାତ୍ର ପ୍ରମୁଖ ଏହି ଟିମ୍ ସହିତ ମେଡିକାଲର ବିଭିନ୍ନ ବିଭାଗର ଅନୁଧ୍ୟାନ ସମୟରେ ଉପସ୍ଥିତ ଥିଲେ । ଏହି ଟିମ୍ ଅପରାହ୍ନରେ ମେଡିକାଲ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ନଥିପତ୍ର ଯାଂଚ କରିଥିଲେ । ରାଜ୍ୟ ସ୍ତରୀୟ ଏହି ଟିମ୍ ଗସ୍ତ ଅବସରରେ ଆଜି ପାଟକୁରା ମେଡିକାଲକୁ ସୁ-ସଜ୍ଜିତ କରାଯିବା ସହିତ ସ୍ୱଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶା ସମାଚାର