Thursday , August 18 2022
Breaking News
Home / ବିଶେଷ / ଯୁଦ୍ଧ ଚାହୁଁନା ଶାନ୍ତି ଚାହୁଁ – ଜିଲ୍ଲା ବିକାଶ ସାମ୍ମୁଖ୍ୟ

ଯୁଦ୍ଧ ଚାହୁଁନା ଶାନ୍ତି ଚାହୁଁ – ଜିଲ୍ଲା ବିକାଶ ସାମ୍ମୁଖ୍ୟ

 କେନ୍ଦ୍ରାପଡ଼ା, ୧୦/୦୩/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ସାଂପ୍ରତିକ ଋଷ ଏବଂ ୟୁକ୍ରେନ୍ ଯୁଦ୍ଧର ଭୟାବହତା ଓ ସମଗ୍ର ବିଶ୍ୱ ଉପରେ ଏହାର ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ସଭାପତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନାଟୋ, ଶିଆଟୋ, ଫ୍ଲାଟୋ ଏବଂ ୱାସପ୍ୟାକ ଭଳି ସାମରିକ ସଂଗଠନ ମାଧ୍ୟମରେ ଶୀତଳଯୁଦ୍ଧ ଚାଲୁ ରହିଥିଲା । ଭାରତ ଗୋଷ୍ଠି ନିରପେକ୍ଷ ନୀତି ଅବଲମ୍ବନ କରି ଉଭୟ ସାମରିକ ଶକ୍ତିଠାରୁ ଦୂରତ୍ୱ ରକ୍ଷା କରି ଚାଲିଛି । ୟୁକ୍ରେନ୍ ନାଟୋର ସଦସ୍ୟତା ଗ୍ରହଣକୁ ବିରୋଧ କରି ପୁଟିନ୍ ୟୁକ୍ରେନ୍ ଉପରେ ଆକ୍ରମଣ କଲେ । ଯୁଦ୍ଧର ୧୫ ଦିନ ପରେ ନାଟୋ ଶକ୍ତି ବାହାରୁ ଦେଖଣାହାରୀ ସାଜି କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଫଳରେ ପୁଟିନ୍ ୟୁକ୍ରେନକୁ ନାଟୋ ଶକ୍ତିର ପରିସରଭୁକ୍ତ ନ ହେବା ପାଇଁ ଯୁଦ୍ଧ ଚାଲୁ ରଖିଛି । ଏହି ପରିପ୍ରେକ୍ଷୀରେ ସମଗ୍ର ବିଶ୍ୱର କୋଣ ଅନୁକୋଣରୁ ଯୁଦ୍ଧର ଅବସାନ ପାଇଁ ଚାପ ପ୍ରୟୋଗ ହେଉଛି । ଏହି ଆଲୋଚନା ଚକ୍ରରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ବୈଷ୍ଣବ ଚରଣ ସ୍ୱାଇଁ, ଭାଗିରଥି ଜେନା, ଅମୀୟ କୁମାର ନାୟକ, ନେତ୍ରାନନ୍ଦ କର, ଶ୍ରୀନିବାସ ପରିଡା, ମଧୁସୁଦନ ରାଉତ, ମଧୁସୁଦନ ବାରିକ, ବସନ୍ତ ସାହୁ ଓ ସୁରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରି ତୁରନ୍ତ ଯୁଦ୍ଧ ବିରତି ଘୋଷଣା କରି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.