Tuesday , August 16 2022
Breaking News
Home / ବିଶେଷ / ମହମ୍ମଦପୁର ପଂଚାୟତ ନୂତନ ସରପଂଚ ଙ୍କ ଦାୟିତ୍ୱ ଗ୍ରହଣ

ମହମ୍ମଦପୁର ପଂଚାୟତ ନୂତନ ସରପଂଚ ଙ୍କ ଦାୟିତ୍ୱ ଗ୍ରହଣ

ନିଶ୍ଚିନ୍ତକୋଇଲି, ୧୦/୦୩/୨୦୨୨( ଓଡ଼ିଶା ସମାଚାର )- ନିଶ୍ଚିନ୍ତକୋଇଲି ବ୍ଲକ୍ ମହମ୍ମଦପୁର ପଂଚାୟତରେ ନବ ନିର୍ବାଚିତ ସରପଂଚ ଶ୍ରୀମତୀ ପ୍ରତିଭା ବେହେରା ଆଜି ପଂଚାୟତ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶତାଧିକ ପଂଚାୟତବାସୀଙ୍କ ଉପସ୍ଥିତିରେ ସେ ପୂର୍ବତନ ସରପଂଚ ସରୋଜ କୁମାର ବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ସହିତ ଆଗାମୀ ଦିନରେ ପଂଚାୟତର ସର୍ବାଙ୍ଗୀନ ଉନ୍ନତି କରିବା , ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇ ପଂଚାୟତକୁ ଏକ ଆଦର୍ଶ ପଂଚାୟତରେ ଗଢ଼ି ତୋଳିବେ ବୋଲି ଉପସ୍ଥିତ ଲୋକମାନଙ୍କ ଆଗରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲା ବିଜେଡ଼ି ଉପସଭାପତି ମନୋଜ କୁମାର ମହାନ୍ତି, ବିଧାୟକଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସ୍ୱାଇଁ, ରଂଜନ କୁମାର ବେହେରା, ସେକ୍ ଅବ୍ଦୁଲ ସୋଫିଆନ୍, ସବିର ଅଲୀ, ଗୋପାଳ ଚାନ୍ଦ, କିଶୋର ସାହୁ, ନକୂଳ ବେହେରା, ବାବୁ ରାଉଳ, ବସନ୍ତ ନାୟକ, ମୁକ୍ତାର ଅହମ୍ମଦ, ରବିନ୍ଦ୍ର ବାରିକ , ଶିବ ପ୍ରସାଦ ମଲ, ପ୍ରଦୀପ ଦଳାଇ, ବୁଟୁ ସୂତାର, ସୁଶାନ୍ତ ପଣ୍ଡିତ, ଟୁଟୁ ମହାରଣା ଙ୍କ ସମେତ ବହୁ ପଂଚାୟତବାସୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.