Saturday , August 13 2022
Breaking News
Home / ତାଜା ଖବର / ଛତ୍ର ବଜାର ପୋଲ ଭୁଷୁଡ଼ି ୨ ମୃତ, ଜଣେ ଗୁରୁତର ଆହତ – ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଛତ୍ର ବଜାର ପୋଲ ଭୁଷୁଡ଼ି ୨ ମୃତ, ଜଣେ ଗୁରୁତର ଆହତ – ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ ୧୦/୦୩/୨୦୨୨( ଓଡ଼ିଶା ସମାଚାର )- କଟକର ଛତ୍ର ବଜାର ଠାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହା ପୂର୍ବରୁ ଜିଲ୍ଲାପାଳ ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ।

ଏହି ପୁରାତନ ପୋଲର କାମ ଚାଲିଥିବା ବେଳେ ବୁଧବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭୁଶୁଡ଼ିଥିବା ପୋଲ ତଳେ ଚାପି ହୋଇ ରହିଥିବା ତିନି ଜଣଙ୍କୁ  ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଥିରୁ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାର ସୂଚନା ଦେଇଥିଲେ କଟକ ଡିସିପି ପ୍ରତୀକ ସିଂହ। ପୋଲ ଦେଇ କେନାଲ ସମ୍ପ୍ରସାରଣ କାର୍ୟ୍ୟ ଚାଲିଥିବା ଏହି ଅଘଟଣ ଘଟିଛି। ସେଠାରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି ଉଦ୍ଧାରକାର୍ୟ୍ୟ ଚଲାଇଥିଲେ । ଘଟଣା ସ୍ଥଳରେ କଟକ ଜିଲ୍ଲାପାଳ, ପୋଲିସ ଡିସିପି, , ସିଏମସି କମିଶନର ପହଞ୍ଚିଥିଲେ। ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.