Tuesday , August 9 2022
Breaking News
Home / ବିଶେଷ / ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଜଗତସିଂହପୁର, ୧୦/୦୩/୨୦୨୨( ଓଡ଼ିଶା ସମାଚାର )- ଗୁରୁବାର ମଧ୍ୟାହ୍ନରେ ଜଗତସିଂହପୁର ଜିଲ୍ଲ୍ାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀଙ୍କ ଅଧ୍ୟକ୍ଷତାରେ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଯୋଗଦେଇ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ କହିଲେ ଗ୍ରୀଷ୍ମ ପ୍ରବାହ ସମୟରେ କଟକ-ପାରାଦ୍ୱୀପ ରାସ୍ତାର ବିଭିନ୍ନ ସ୍ଥାନରେ ଜଳଛତ୍ର ବ୍ୟବସ୍ଥାର ଆବଶ୍ୟକତା ରହିଛି । ଜିଲ୍ଲାର ଜଳକ୍ଲିଷ୍ଟ ଅଂଚଳରେ ଟ୍ୟାଙ୍କର ଯୋଗେ ଜଳଯୋଗାଣ ଓ ପ୍ରତ୍ୟେକ ମେଡିକାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀମାନେ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଗ୍ରାମୀଣ ଜଳ ଓ ପରିମଳ ଡିଭିଜନ୍,ପ୍ରାଣୀ ସଂପଦ ବିଭାଗରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା ସହିତ ବ୍ଲକ ସ୍ତରରେ ୨୪ଘଂଟିଆ,ନିୟନ୍ତ୍ରଣ କକ୍ଷ ଖୋଲା ରହିବ । ପ୍ରତ୍ୟେକ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ନିମନ୍ତେ ଅଭିଯୋଗ ରେଜିଷ୍ଟର ରହିବ । ପୌର ପରିଷଦ ନିର୍ବାହୀ ଅଧିକାରୀ ଓ ବି.ଡି.ଓ ମାନେ ସରପଂଚ ଓ ପଂଚାୟତ ପ୍ରତିନିଧି ମାନଙ୍କୁ ସାମିଲ କରି ସଚେତନତା କାର୍ଯ୍ୟକ୍ରମ କରିବେ । ଗ୍ରାମୀଣ ପରିମଳ ଓ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀ କହିଲେ ଜିଲ୍ଲାର ବାଲିକୁଦା ବ୍ଲକର ୨୪ଟି ଗ୍ରାମ,କୁଜଙ୍ଗ ବ୍ଲକର ୧୮ଟି ଗ୍ରାମ ଓ ଏରସମା ବ୍ଲକର ୧୮ଟି ଜଳକ୍ଲିଷ୍ଟ ଗ୍ରାମରେ ୱାଟର ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣ କରାଯିବ । ସମସ୍ତ ଅଚଳ ନଳକୂପର ତୁରନ୍ତ ମରାମତି ସହିତ ନୂତନ ପାଇପ୍ ୱାଟର ସପ୍ଲାଏ ପ୍ରକଳ୍ପ ଏପ୍ରିଲ ସୁଦ୍ଧା ସାରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ଯେପରି ଲୋକମାନେ ଘରେ ଘରେ ପାନୀୟ ଜଳ ପାଇ ପାରିବେ । ଟିପିଡିଓସିଏଲ୍ (ବିଦୁ୍ୟତ୍) ନିର୍ବାହୀ ଯନ୍ତ୍ରୀମାନେ ପାଇପ୍ ୱାଟର ସପ୍ଲାଏ ପ୍ରୋଜେକ୍ଟ ଓ ସି.ଏଚ୍.ସି/ ପି.ଏଚ୍.ସି ମାନଙ୍କୁ ନିରବଛିନ୍ନ ବିଦୁ୍ୟତ୍ ଯୋଗାଣ ସୁନିଶ୍ଚିତ କରାଇବେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମୁଖ୍ୟ ଚିକିତ୍ସାଳୟ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅଂଶୁଘାତ ରୋଗୀ ମାନଙ୍କ ପାଇଁ ସ୍ୱତନ୍ତ୍ର କୋଠରୀରେ ଏ.ସି,ଏୟାରକୁଲର ବ୍ୟବସ୍ଥା କରିବେ । ପ୍ରଚୁର ପରିମାଣର ବରଫ,ଓ.ଆର୍.ଏସ୍,ସାଲାଇନ୍ ଓøଷଧ ମହଜୁଦ୍ ରଖିବେ । ପୂର୍ତ,ଗ୍ରାମ୍ୟ ଉନ୍ନୟନ, ଜଳ ସଂପଦ,ଡ୍ରେନେଜ୍ ବିଭାଗର ଅଧିକ୍ଷଣ ଯନ୍ତ୍ରୀମାନେ କାର୍ଯ୍ୟ ସ୍ଥଳରେ ପାନୀୟ ଜଳ ବ୍ୟବସ୍ଥା ଏବଂ ଶ୍ରମିକ ମାନେ ଯେପରି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ ନକରନ୍ତି ସେ ସଂପର୍କରେ ସୁନିଶ୍ଚିତ କରାଇବେ । ବି.ଡି.ଓ ମାନେ ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟସ୍ଥଳରେ ଉପରୋକ୍ତ ବ୍ୟବସ୍ଥା କରାଇବେ । ଜିଲ୍ଲା ଶ୍ରମ ଅଧିକାରୀ ଏହାର ତଦାରଖ କରିବେ । ପ୍ରାଣୀ ସଂପଦ ବିଭାଗର ୮ଟି ବ୍ଲକରେ ୮ଟି ମୋବାଇଲ୍ ଟିମ୍ ମାଧ୍ୟମରେ ପ୍ରାଣୀମାନଙ୍କ ଚିକିତ୍ସା ସୁବିଧା କରାଇବେ । ୧୧୭ଟି ଏଲ୍.ଆଇ ସେଂଟରରେ ପ୍ରାଣୀମାନଙ୍କ ନିମନ୍ତେ ଜଳ ବ୍ୟବସ୍ଥା ,ଗୋରୁହାଟ ମାନଙ୍କରେ ଆର୍.ଏମ୍.ସି ତରଫରୁ ୱାଟର ଟ୍ୟାଙ୍କ ବ୍ୟବସ୍ଥା କରିବେ । ପ୍ରତ୍ୟେକ ନଳକୂପ ନିକଟରେ ସିମେଂଟ ଟ୍ୟାଙ୍କ ନିର୍ମାଣ କରାଇ ପାଣି ବ୍ୟବସ୍ଥା କରାଯିବ ।
ଅଂଶୁଘାତ ଜନିତ ମୃତୁ୍ୟ ହେଲେ ତହସିଲଦାର ଓ ମେଡିକାଲ ଅଫିସରଙ୍କ ଦ୍ୱାରା ୨୪ଘଂଟା ମଧ୍ୟରେ ଯୁଗ୍ମ ତଦନ୍ତ କରାଯିବ । ସାଧାରଣ ବସ୍ ମାନଙ୍କରେ ପାନୀୟ ଜଳ,ଫାଷ୍ଟଏଡ୍ ବ୍ୟବସ୍ଥାକୁ ଆଂଚଳିକ ପରିବହନ ଅଧିକାରୀ ସୁନିଶ୍ଚିତ କରାଇବେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବସଷ୍ଟାଣ୍ଡ,ରେଲ୍ୱେ ଷ୍ଟେସନ,ହାଟ ବଜାର,ସର୍ବସାଧାରଣ ସମାଗମ ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ବି.ଡି.ଓ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ଅଙ୍ଗନବାଡୀ କର୍ମୀ ,ଆଶାକର୍ମୀ ମାନଙ୍କ ମାଧ୍ୟମରେ ଗ୍ରୀଷ୍ମ ପ୍ରବାହ ସମୟରେ କଣ କରାଯିବ ଏବଂ କଣ କରାଯିବ ନାହିଁ ସେ ସଂପର୍କରେ ଲିଫଲେଟ୍ ପ୍ରସ୍ତୁତ କରାଯାଇ ସର୍ବସାଧାରଣରେ ବଂଟନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ମଙ୍ଗଳ ଅଧିକାରୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମାନେ ପ୍ରତ୍ୟେକ ବିଦ୍ୟାଳୟ,ଏସ୍.ସି.ଏସ୍.ଟି ହଷ୍ଟେଲ ,ଅଙ୍ଗନବାଡୀ କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ସହ ଆବଶ୍ୟକ ସ୍ଥଳେ ଆକ୍ୱାଗାର୍ଡ ବ୍ୟବସ୍ଥା କରାଇବେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ,ଅତିରିକ୍ତ ଜିଲ୍ଲାପାଳ ଶ୍ରାମତୀ ଚିନ୍ମୟୀ ବିଶ୍ୱାଳ,ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପ ଶ୍ରୀ କାହ୍ନୁ ଚରଣ ଧୀର,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି,ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ,ଡେପୁଟୀ କଲେକ୍ଟର,ଜରୁରୀ,ସିଡି.ଏମ୍. ଓ ସି.ଡି.ଭି.ଓ,ସମସ୍ତ ଅଧିକ୍ଷଣ ଯନ୍ତ୍ରୀ,ଜିଲ୍ଲା ସ୍ତରୀୟ ଅଧିକାରୀ,ବି.ଡି.ଓ,ତହସିଲଦାର ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.