Tuesday , August 9 2022
Breaking News
Home / ନିର୍ବାଚନ / କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ବାଚନ : ଵିଧାୟକଙ୍କ ପ୍ରାର୍ଥିନୀଙ୍କୁ ସମର୍ଥନ ଦେଲେ ପାରମ୍ପରିକ ଵିରୋଧି ସତ୍ୟ ଜେନା

କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ବାଚନ : ଵିଧାୟକଙ୍କ ପ୍ରାର୍ଥିନୀଙ୍କୁ ସମର୍ଥନ ଦେଲେ ପାରମ୍ପରିକ ଵିରୋଧି ସତ୍ୟ ଜେନା

କଟକ ସଦର, ୧୦/୦୩/୨୦୨୨,(ଓଡିଶା ସମାଚାର/ଵିଷ୍ଣୁ ବେହେରା):ଆଉ ଦିନ ଗୋଟାଏ ପରେ ଅର୍ଥାତ୍ ୧୨ ତାରିଖ ଶନିବାର ଅନୁଷ୍ଠିତ ହେଵାକୁ ଯାଉଛି ପଞ୍ଚାୟତ ସମିତି ନିର୍ବାଚନ।ଏହି ପରିପ୍ରେକ୍ଷୀରେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦଵୀଟି ନିଦ୍ୱର୍ନ୍ଦରେ ନିର୍ବାଚିତ ହେଵା ସମ୍ଭାବନା ଅଧିକ ରହିଛି। ଏଥିପାଇଁ ୨୩ ଗୋଟି ପଞ୍ଚାୟତରୁ କେତେକ ହୁଲୁହୁଲିଆ ସମିତିସଭ୍ୟ/ ସଭ୍ୟାଙ୍କୁ ଉଠାଇ ନିଆଯାଇ ଅଜ୍ଞାତବାସରେ ରଖାଯାଇଥିବା ବେଳେ ଅନ୍ୟ କେତେକ ଵିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସତ୍ୟ ଜେନାଙ୍କ ହେପାଜତରେ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।ଏମାନେ ସମସ୍ତେ ଵିଧାୟକଙ୍କ ମନୋନୀତ ପ୍ରାର୍ଥିନୀଙ୍କୁ ଭୋଟ ଦେଵେ ଵୋଲି ଏକ ପ୍ରକାର ସ୍ଥିର ହୋଇଥିଵା ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ ଯେ ଵିଗତ ଦିନରେ ତତ୍କାଳୀନ ରାଜ୍ୟ ଯୁଵ ଵିଜେଡି ଉପସଭାପତି ସତ୍ୟ ଜେନା ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ମନୋନୀତ ପ୍ରାର୍ଥିଙ୍କୁ ଚକମା ଦେଖାଇ ଚେୟାରମେନ ପଦବୀ ହାତେଇ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ମଧ୍ୟ ସେହି ଏକା ତରିକାରେ ଅନାସ୍ଥାରୁ ମଧ୍ୟ ମୁକୁଳି ଯାଇଥିଲେ।ସେତିକିରେ କଥା ସରିଲା ନାହିଁ। ବିଧାୟକ ଓ ଚେୟାରମେନ ଙ୍କ ମଧ୍ୟରେ ଏଭଳି ମନାନ୍ତର ଓ ମତାନ୍ତର ଲାଗିରହିଲା ଯେ ଵ୍ଲକ ଏକ ପ୍ରକାର ସ୍ଥାଣୁ ହୋଇଗଲା। ସେହିପରି ଏଵେ ଥିଵା ଵିଜେଡି ଚେୟାରମେନ ଶ୍ରୀମନ୍ତିନୀ ଵେହେରା ଅଵସ୍ଥା ସତ୍ୟଙ୍କ ପରି ହେଲା। ଯେଉଁଥିପାଇଁ ସତ୍ୟଙ୍କ ସହିତ ଶ୍ରୀମନ୍ତିନୀ ଓ ଅନ୍ୟ ଜଣେ ପୂର୍ବତନ ଚେୟାରମେନ ସାଧୁ ଜେନା ବିଜେଡି ତ୍ୟାଗ କରି ଵିଜେପିକୁ ଚାଲିଗଲେ।ଏହି ପରିପ୍ରେକ୍ଷୀରେ ସତ୍ୟ କିପରି ବିଧାୟକ ଙ୍କ ମନୋନୀତ ପ୍ରାର୍ଥିନୀଙ୍କୁ ସମର୍ଥନ ଦେଉଛନ୍ତି ତାକୁ ନେଇ ନାନା କଥା ଚର୍ଚ୍ଚା ହେଉଛି। ତେଵେ ଅଧ୍ୟକ୍ଷା ନିର୍ବାଚନ ପରେ ସଵୁ କଳ୍ପନା ଜଳ୍ପନାର ଅନ୍ତ ଘଟିଵ ଵୋଲି ମତ ପ୍ରକାଶ ପାଉଛି। ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.